Loading...

କିଟକାଟ୍ ଚକଲେଟ ଖୋଳରେ ଜଗନ୍ନାଥଙ୍କ ଫଟୋ: ବିଭିନ୍ନ ସ୍ଥାନରୁ ବିରୋଧର ସ୍ଵର

କିଟକାଟ୍ ଚକଲେଟ ଖୋଳରେ ଜଗନ୍ନାଥଙ୍କ ଫଟୋ: ବିଭିନ୍ନ ସ୍ଥାନରୁ ବିରୋଧର ସ୍ଵର

ଗତବର୍ଷ ଏପ୍ରିଲ ମାସରେ ଚକୋଲେଟ୍‌ ‘ଟ୍ରାଭେଲ୍ସ ବ୍ରେକ୍‌’ ନାମରେ ଏକ ନୂଆ ଖୋଳରେ ଆସିଥିଲା।

ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଚକୋଲୋଟ ଖୋଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପ୍ରଚାର ପ୍ରୟାସରେ ଏଭଳି ବ୍ୟବସ୍ଥା କରି ଫସି ଯାଇଛି ଚକୋଲେଟ୍‌ ପ୍ରସ୍ତୁତିକାରୀ ସଂସ୍ଥା। ଏଣେତେଣେ ଫିଙ୍ଗା ଯାଇଥିବା ‌ଚକୋଲେଟ୍‌ ଖୋଳ ଉପରେ ଲୋକମାନେ ଚଢ଼ିବା ଓ ନାଳନର୍ଦ୍ଦମାରେ ପଡ଼ିବା ପରେ ଘୋର ବିରୋଧ ହୋଇଛି। ଏହି ଫଟକୁ ନେଇ ଆପତ୍ତି ଉଠାଇଛି ହିନ୍ଦୁସେନା। କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏ ନେଇ ଏକ ଏତଲା ଦେଇଛନ୍ତି ସଂଗଠନର କର୍ମକର୍ତ୍ତା। ଚକଲେଟ ଜରି ରାସ୍ତାଘାଟରେ ଏଣେତେଣେ ପଡ଼ୁଥିବାରୁ ଜଗନ୍ନାଥଙ୍କ ପ୍ରତି ଏହା ଅସମ୍ମାନ ବୋଲି ହିନ୍ଦୁସେନା ପକ୍ଷରୁ ଏତଲାରେ ଦର୍ଶାଯାଇଛି। ଏହି ଚକୋଲେଟକୁ ବ୍ଯକ୍ତି ବିଶେଷ ବା ପିଲାମାନେ ଖାଇସାରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ମୁଦ୍ରିତ ଖୋଳକୁ ଏଣେତେଣେ ଫୋପାଡିବା ଫଳରେ ଅଜାଣତରେ କିଏ ଏହା ଉପରେ ଛେପ ପକାଉଛନ୍ତି,ପାଦରେ ମାଡୁଛନ୍ତି ଏପରିକି ପରିସ୍ରା ମଧ୍ଯ କରୁଛନ୍ତି।ଶହଶହ ଶ୍ରୀଜଗନ୍ନାଥ ତଥା ଓଡ଼ିଆ ସଂସ୍କୃତିପ୍ରେମୀ ସଂସ୍ଥାକୁ ଅଭିଯୋଗ କରିବା ପରେ ଏହି ଉତ୍ପାଦକୁ ବଜାରରୁ ଅପସାରଣ କରାଯାଇଛି। ଏଥିପାଇଁ ସଂସ୍ଥା କ୍ଷମାପ୍ରାର୍ଥନା ମଧ୍ୟ କରିଛି।

 

ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ ମାସରେ ଚକୋଲେଟ୍‌ ‘ଟ୍ରାଭେଲ୍ସ ବ୍ରେକ୍‌’ ନାମରେ ଏକ ନୂଆ ଖୋଳରେ ଆସିଥିଲା। ଏଥିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଫଟୋ ରହିଥିଲା। ଫଟୋ ତଳକୁ ଏକାମ୍ର ହାଟରେ ଥିବା ହସ୍ତତନ୍ତ ଉତ୍ପାଦକୁ ପ୍ରଶଂସା କରାଯାଇଥିଲା। ବେଶ୍‌ କିଛି ଦିନ ଧରି ଏହି ଉତ୍ପାଦ ବିକ୍ରି ହୋଇଥିଲା। ଭଲ ବିକ୍ରି ହେଉଥିବାରୁ ସଂସ୍ଥା ଅଧିକରୁ ଅଧିକ ଉତ୍ପାଦନ କରିଥିଲା। ତେବେ ଏହାର ଖୋଳ ଏଣେତେଣେ ପଡ଼ିବାରୁ ଚର୍ଚ୍ଚାକୁ ଆସିଥିଲା। ଏହାକୁ ଅନେକ ବିରୋଧ କରିଥିଲେ। ତୁରନ୍ତ ମହାପ୍ରଭୁଙ୍କ ଫଟୋକୁ ଖୋଳରୁ ହଟାଇବା ପାଇଁ ଟ୍ବିଟ୍‌ ଜରିଆରେ ଦାବି କରିଥିଲେ। ଦାବିକୁ ଗୁରୁତ୍ବର ସହ ନେଇ କମ୍ପାନି ଏହି ଉତ୍ପାଦକୁ ବଜାରରୁ ଅପସାରଣ କରିଛି।


ଦେଶ ଓ ବିଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏଭଳି ଏକ ପ୍ରୟାସ କରାଯାଇଥିଲା। ଯଦି ଏଥିରେ କାହାର ଭାବାବେଗ ଆଘାତପ୍ରାପ୍ତ ହୋଇଛି ସେଥିପାଇଁ ସଂସ୍ଥା ଦୁଃଖିତ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହି ଉତ୍ପାଦକୁ ବଜାରରୁ ଅପସାରଣ କରାଯାଉଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.