ମିଥୁନଙ୍କ ପୁଅଙ୍କ ବିରୋଧରେ ବଳତ୍କାର ଅଭିଯୋଗ

ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ନିଜ ବାହାଘରର ୫ ଦିନ ପୂର୍ବରୁ ବଳତ୍କାର ମାମଲାରେ ଫସି ଯାଇଛନ୍ତି। ଦିଲ୍ଲୀର ରୋହିଣି କୋର୍ଟ ପୋଲିସକୁ ଯୋଗିତା ବାଲି ଓ ମହଅକ୍ଷୟଙ୍କ ବିରୋଧରେ ଯୌନ ଉତ୍ପୀଡନ, ଧୋକା ଓ ବିନା ସହମତିରେ ଗର୍ଭପାତ କରିବା ଅଭିଯୋଗରେ ମାମଲା ରୁଜୁ କରିବା ସହିତ ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି।

ଅଭିଯୋଗକାରିଣୀ ଦର୍ଶାଇଛନ୍ତି ଯେ ୨୦୧୫ ଅପ୍ରେଲ ମାସରେ ସେ ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପୁଅ ମାହାକ୍ଷାଙ୍କ ସଂସ୍ପର୍ଶରେ ଆସିଥିଲେ। ଫୋନ୍‍ ଚାଟ ଏବଂ କଲ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କ ଗଢି ଉଠିଥିଲା। ଦିନେ ମାହାକ୍ଷା ତାଙ୍କୁ କଲ କରି ନିଜ ଫ୍ଲାଟକୁ ଡାକିଥିଲେ। ସେଠାରେ ପାନୀୟରେ ନିଶା ମିଶାଇ ମାହାକ୍ଷା ତାଙ୍କୁ ବଳାତ୍କାର କରିଥିଲା। ଏହାପରେ ବିବାହର ପ୍ରଲୋଭନ ଦେଖାଇ ୪ ବର୍ଷ ଧରି ମାହାକ୍ଷା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏପରିକି ସେ ଗର୍ଭବତୀ ହେବା ପରେ ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ ମିଥୁନ ଚକ୍ରବର୍ତ୍ତୀଙ୍କ ପୁତ୍ର ମହାଅକ୍ଷୟ ଓ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଶର୍ମାଙ୍କ ଝିଅ ମଦାଲସା ଶର୍ମା ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ମାତ୍ର ଅଚାନକ ମହାଅକ୍ଷୟ ଏବଂ ତାଙ୍କ ମା ଙ୍କ ବିରୋଧରେ ଏହି ପରି ଅଭିଯୋଗ ଆସିବା ଫିଲ୍ମ ଦୁନିଆରେ ହଇଚଇ ସୃଷ୍ଟି କରିଛି।

ମିଥୁନ ଚକ୍ରବର୍ତ୍ତୀ ୧୯୭୯ରେ ନିଜ ଜମାନାରେ ପ୍ରସିଦ୍ଧ ଅଭିନେତ୍ରୀ ଯୋଗିତା ବାଲିଙ୍କୁ ବିବାହ କରିଥିଲେ। ତାଙ୍କର ତିନୋଟି ପୁଅ ଅଛନ୍ତି। ମିଥୁନ ଚକ୍ରବର୍ତ୍ତୀ କିଛି ସମୟ ହେବ ବିବାଦରେ ରହି ଆସିଛନ୍ତି।

ପଢନ୍ତୁ; ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ଅଭିଯୋଗକାରିଣୀ ଦର୍ଶାଇଛନ୍ତି ଯେ ୨୦୧୫ ଅପ୍ରେଲ ମାସରେ ସେ ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପୁଅ ମାହାକ୍ଷାଙ୍କ ସଂସ୍ପର୍ଶରେ ଆସିଥିଲେ - 4.4

87%

ଏପରିକି ସେ ଗର୍ଭବତୀ ହେବା ପରେ ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଦେଇଥିଲେ। - 4.5

89%
4.4/5

Very Good!

ମିଥୁନଙ୍କ ପୁଅଙ୍କ ବିରୋଧରେ ବଳତ୍କାର

ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ନିଜ ବାହାଘରର ୫ ଦିନ ପୂର୍ବରୁ ବଳତ୍କାର ମାମଲାରେ ଫସି ଯାଇଛନ୍ତି। ଦିଲ୍ଲୀର ରୋହିଣି କୋର୍ଟ ପୋଲିସକୁ ଯୋଗିତା ବାଲି ଓ ମହଅକ୍ଷୟଙ୍କ ବିରୋଧରେ ଯୌନ ଉତ୍ପୀଡନ, ଧୋକା ଓ ବିନା ସହମତିରେ ଗର୍ଭପାତ କରିବା ଅଭିଯୋଗରେ ମାମଲା ରୁଜୁ କରିବା ସହିତ ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି।

No Votes Yet

You're not rated yet