Entertainment

‘ପାଟଣାଗଡ’ ଫିଲ୍ମକୁ ବିରୋଧ:ଥାନାରେ ଲିଖିତ ଅଭିଯୋଗ ଦେଲେ ମୃତ ସୌମ୍ୟଙ୍କ ବାପା

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ। ଏନେଇ ସେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୌମ୍ୟ ଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଆଜି ଏକ ପ୍ରେସ୍‌ମିଟ୍‌ରେ ଅଧ୍ୟାପକ ଶ୍ରୀ ସାହୁ ଏହି ସୂଚନା ଦେଇଛନ୍ତି। parshal ପାଟଣାଗଡ ‘ପାଟଣାଗଡ’ ଫିଲ୍ମକୁ ବିରୋଧ:ଥାନାରେ ଲିଖିତ ଅଭିଯୋଗ ଦେଲେ ମୃତ ସୌମ୍ୟଙ୍କ ବାପା parshal 1

ସୂଚନାଯୋଗ୍ୟ,ଗତ ଫେବୃଆରୀ ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏହି ଘଟଣାର ମାଷ୍ଟର୍‌ମାଇଣ୍ଡ୍ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗିରଫ ହୋଇ ଏବେ ଜେଲ୍ ହାଜତରେ ଅଛନ୍ତି।

ଅନ୍ୟପକ୍ଷରେ ଏବେ ଏହି ଘଟଣାକୁ ନେଇ ‘ପାଟଣାଗଡ଼’ ନାମରେ ଚଳଚ୍ଚିତ୍ର ନିର୍ମାଣ ଚାଲିଛି। ଏହାର ନିର୍ମାଣ ପୂର୍ବରୁ ପ୍ରଯୋଜକ, ନିର୍ମାତା ଓ ନିର୍ଦେଶକ କେହି ମଧ୍ୟ ତାଙ୍କୁ ସାକ୍ଷାତ ବା ଅବଗତ କରି ନାହାନ୍ତି। ଚଳଚ୍ଚିତ୍ର ପ୍ରଦର୍ଶିନ ହେଲେ ତଦନ୍ତ ଦିଗହରା ହୋଇ ପଡ଼ିବ। ସେହିପରି ସିନେମାରେ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମୁଖ୍ୟ ଭୂମିକା ତଥା ନାୟକ ଭାବେ ଚିତ୍ରଣ କରା ଯାଇଥିବା ଜାଣିବାରୁ ଏହା ସମାଜ ଉପରେ କୁପ୍ରଭାବ ପକାଇବ ବୋଲି କହିଥିଲେ।

ପଢନ୍ତୁ;କେନାଲକୁ ଖସିଲା ସ୍କୁଲ ଭ୍ୟାନ୍,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Related posts

ବିବାହ ପାଇଁ ଗ୍ରୀନ୍ ସିଗନାଲ୍ ଦେଲେ ପ୍ରଭାସ,ଜାଣନ୍ତୁ କିଏ ହେବେ ତାଙ୍କ ପତ୍ନୀ

ENO Beuro

ଶୁଭିଲା ” ଓଲେ ଓଲେ ଦିଲ ବୋଲେ “

ENO Beuro

ଆଲିଆ ଓ କାଟ୍ରିନାଙ୍କ ଦୋସ୍ତିରେ ଫାଟ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More