News

ଆଧାର ତଥ୍ୟ,ଚୋରି ରିପୋର୍ଟ : ଅଭିଯୁକ୍ତଙ୍କ ବିରୋଧରେ ଏତଲା

ମାତ୍ର ୫୦୦ ଟଙ୍କା ଓ ୧୦ ମିନିଟ୍‌ ସମୟ ବିନିଯୋଗରେ ଯେ କୌଣସି ବ୍ୟକ୍ତିର ଆଧାର ସମ୍ବଳିତ ସମସ୍ତ ତଥ୍ୟ ହଡ଼ପ କରିନେଇହେବ ବୋଲି ଦାବି କରିଥିବା ଟ୍ରିବ୍ୟୁନ୍‌ ଖବରକାଗଜ ଏବଂ ଏହାର ସାମ୍ବାଦିକା ରଚନା ଖଇରାଙ୍କ ବିରୋଧରେ ଆଧାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏତଲା ଦିଆଯାଇଛି।

ଅପରପକ୍ଷେ, ପ୍ରେସ ସ୍ୱାଧୀନତାରେ ଏପରି ହସ୍ତକ୍ଷେପକୁ ନେଇ ବିବାଦ ତୀବ୍ର ହେଉଥିବା ଅନୁଭବ କରି ଗତକାଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଫେଇ ଦେଇଛନ୍ତି । ରବିଶଙ୍କର ସ୍ପଷ୍ଟ କରିଛନ୍ତି ଯେ ,ଆଧାର ତଥ୍ୟ ଚୋରି ରିପୋର୍ଟ ପାଇଁ ବ୍ୟକ୍ତିଗତ ଭାବେ କାହା ବିରୋଧରେ ଏତଲା ଦିଆନଯାଇ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ଏତଲା କରାଯାଇଛି ।

ଗତ ୩ ତାରିଖର ଟ୍ରିବ୍ୟୁନ୍‌ ସଂସ୍କରଣରେ ପ୍ରକାଶିତ ଏକ ରିପୋର୍ଟରେ ୫୦୦ ଟଙ୍କା ଖର୍ଚ୍ଚ କଲେ ୧୦ ମିନିଟ୍‌ ସମୟ ଭିତରେ ଜଣେ ଏଜେଣ୍ଟ ମାଧ୍ୟମରେ ଯେ କୌଣସି ବ୍ୟକ୍ତିର ଆଧାର ପାଇଁ ପ୍ରଦତ୍ତ ସମସ୍ତ ତଥ୍ୟ ଜାଣିହୋଇପାରିବ ବୋଲି ଦାବି କରାଯାଇଥିଲା।

ତେବେ ଏଭଳି ଖବରକୁ ଭିତ୍ତିହୀନ ଦର୍ଶାଇ ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ସାମ୍ବାଦିକା ରଚନା ଖଇରାଙ୍କ ସହିତ ତାଙ୍କୁ ସହଯୋଗ  କରିଥିବା ୩ ଜଣ ବ୍ୟକ୍ତିଙ୍କ ନାମରେ ୟୁଆଇଡିଏଆଇ ପକ୍ଷରୁ ଏତଲା କରାଯାଇଥିଲା ।

ଏହି ମାମଲାରେ ସରକାର ହସ୍ତକ୍ଷେପ କରିବାକୁ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ନିବେଦନ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ଆଧାର ତଥ୍ୟ,ଚୋରି ରିପୋର୍ଟ : ଅଭିଯୁକ୍ତଙ୍କ ବିରୋଧରେ ଏତଲା aadharcard

ପଢନ୍ତୁ ;

ଆପଣ ବିନା ମୋଜା ରେ ଜୋତା ପିନ୍ଧନ୍ତି କି ?ଏହା ଶରୀର ପାଇଁ କ୍ଷତିକାରକ, ଜାଣିରଖନ୍ତୁ କାରଣ କ’ଣ

Related posts

ଚାଷୀଙ୍କ ଆତ୍ମହତ୍ୟା ଓ ଫସଲହାନୀ କ୍ଷତିପୂରଣ ଉପରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏ କି ମତ?

Krishna Kumar Manoj

ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ

Krishna Kumar Manoj

ପାକିସ୍ତାନ ମତଦାନ ବେଳେ ହିଂସା:କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୩୧ ମୃତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More