News

ଦିଲ୍ଲୀ ରୋହିଙ୍ଗ୍ୟା ଶିବିରରେ ଅଗ୍ନିକାଣ୍ଡ : ନିଆଁରେ ସମଗ୍ର ବସ୍ତି ପୋଡି ପାଉଁଶ!

By ENO Beuro

April 16, 2018

ରୋହିଙ୍ଗ୍ୟା ଶିବିରରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀର କାଳିନ୍ଦିକୁଞ୍ଜ ଅଂଚଳରେ ପାଖାପାଖି ୫୫ ରୋହିଙ୍ଗ୍ୟା ପରିବାର ବସବାସ କରୁଥିବା ଏକ ଥଇଥାନ ବସ୍ତିରେ ରାତି ପ୍ରାୟ ୩ଟା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ସମଗ୍ର ବସ୍ତି ପୋଡି ପାଉଁଶ ହୋଇଯାଇଥିବାବେଳେ ବର୍ତ୍ତମାନ ସୁଧା କାହାର ମୃତାହତର ଖବର ମିଳିପାରିନାହିଁ। ତେବେ ଖବର ପାଇ ଅଗ୍ନିସମ ବିଭାଗ ଓ ପୋଲିସ ପହଂଚି ନିଆଁ କୁ ଲିଭାଇବାରେ ସମର୍ଥ ହୋଇଥିଲେ ମଧ୍ୟ ନିଆଁ ର କାରଣ ଜଣାପଡିନାହିଁ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୪୭ ପରିବାର ବସବାସ କରୁଥିବା ପ୍ଲଟ୍‌ର ସବା ବାମ କଡ଼ରେ ଥିବା ଏକ ଶୌଚାଳୟରେ ପ୍ରଥମେ ନିଅାଁ ଲାଗିଥିଲା। ବିଜୁଳି ତାରରେ ସର୍ଟ ସର୍କିଟ୍‌ ଯୋଗୁଁ ନିଅାଁ ଲାଗିଥିବା ସନ୍ଦେହ କରାଯାଉଛି। ଅଧିକାଂଶ ଘର ଆଜ୍‌ବେସଷ୍ଟସ୍‌, ଟିଣ ଏବଂ ପ୍ଲାଷ୍ଟିକ୍‌ରେ ତିଆରି ହୋଇଥିବାରୁ ସହଜରେ ନିଅାଁ ଚରିଯାଇଥିଲା। ଘଟଣାସ୍ଥଳରେ ପୁଲିସ ଟିମ୍‌ ପହଞ୍ଚି ଶରଣାର୍ଥୀମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଛନ୍ତି। ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ପଢନ୍ତୁ; କାଶ୍ମୀର ଅଂଚଳର ଏକ ୯ ବର୍ଷର ବାଳକ ଆବିଷ୍କାର କଲେ କାଉଣ୍ଟିଂ ପେନ୍‌!