News

ନୋଏଡା ମେଟ୍ରୋ ହସ୍‌ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ

fire

ଆଜି ନୋଏଡା ମେଟ୍ରୋ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଟ୍ରୋ ହସ୍ପିଟାଲ ସେକ୍ଟର-୧୨ରେ ଅବସ୍ଥିତ। ଖବରମିଳିବା ପରେ ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରୁଛନ୍ତି। ହସ୍ପିଟାଲର କାଚ ଭାଙ୍ଗି ଲୋକଙ୍କୁ ବାହାରକୁ କଢ଼ା ଯାଉଛି। ତେବେ ଆଇସିୟୁ ତଥା ଅନ୍ୟ କେତେକ ଓ୍ପାର୍ଡରେ ଥିବା ରୋଗୀଙ୍କ ପାଖରେ ଉଦ୍ଧାରକାରୀ ଦଳ ପହଞ୍ଚିବାର ଉଦ୍ୟମ କରୁଥିବା କୁହାଯାଉଛି। ଶର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନଯୋଗ୍ୟ,ଏ ପର୍ଯ୍ୟନ୍ତ ୪୦ ଜଣଙ୍କୁ ଉଦ୍ଧାର କରାଯାଇ ସାରିଲାଣି। କିଛି ଲୋକ ହସ୍ପିଟାଲ କାଚ ଭାଙ୍ଗି ବାହାରକୁ ଡ଼େଇଁ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କ୍ଷୟକ୍ଷତି ଓ ଆହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ବର୍ତ୍ତମାନ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ।

ପଢନ୍ତୁ; ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ

Related posts

ପୁଣି ଅଡୁଆରେ ଏମ୍‌ ଜେ ଆକବର

ENO Beuro

୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ

ENO Beuro

Leave a Comment