News

ମୁମ୍ବାଇର ଫୋର୍ଟ ଏରିଆରେ ଅଗ୍ନିକାଣ୍ଡ:ନିଆଁ ଲିଭାଇବାକୁ ୧୬ଟି ଦମକଳ ମୁତୟନ

ମୁମ୍ବାଇର ଫୋର୍ଟ ଅଞ୍ଚଳରେ ଥିବା କୋଠାରୀ କୋଠାରେ ନିଆଁ ଲାଗିଯାଇଛି। ଭୋର୍ ପ୍ରାୟ ୪ଟା ବେଳେ ଏଠାରେ ନିଆଁ ଲାଗିଥିଲା। ନିଆଁ ଲିଭା ଯାଉଥିବା ବେଳେ କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜାତୀୟ ଗଣମାଧ୍ୟମର ପ୍ରାଥମିକ ରିପୋର୍ଟ ଅନୁସାରେ ନିଅାଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବା ବିଭାଗର ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏବଂ ନିଆଁ ଲିଭାଇବାକୁ ୧୬ଟି ଦମକଳ ମୁତୟନ କରାଯାଇଛି। ବିଗତ ଗୋଟିଏ ସପ୍ତାହ ମଧ୍ୟରେ ଦକ୍ଷିଣ ମୁମ୍ବାଇରେ ଅଗ୍ନିକାଣ୍ଡ ଘଟିବା ଏହା ହେଉଛି ୨ୟ ଘଟଣା। ପୂର୍ବରୁ ଆୟକର ବିଭାଗର ସିନ୍ଧିଆ ହାଉସରେ ନିଅାଁ ଲାଗିଥିଲା।

ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ନିଆଁ ଲାଗିଥିବା ବେଳେ କୋଠା ଭିତରେ କେହି ଫସି ରହି ନଥିଲେ। କୋଠା ପୂରା ଖୋଲା ଥିଲା। ତିନି ଘଣ୍ଟା ପରିଶ୍ରମ କଲା ପରେ ଯାଇ ନିଆଁ ଲିଭିଥିଲା।

ପଢନ୍ତୁ; ରାଜୀବ ଗାନ୍ଧୀଙ୍କ ଶୈଳୀରେ ମୋଦିଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛନ୍ତି ମାଓବାଦୀ

Related posts

ବିଶ୍ଵର ୪ର୍ଥ ଜନବହୁଳ ଦେଶ ହେବ ପାକ୍

ENO Beuro

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର : ନିଟ ପରୀକ୍ଷା ପାଇଁ ନୂଆ ନିୟମ

ENO Beuro

ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌,୧୩ ଛାତ୍ରଛାତ୍ରୀ ମୃତ!

ENO Beuro

Leave a Comment