News

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ

ହିମାଚଳପ୍ରଦେଶର ମଣ୍ଡିରେ ଏକ ଆବାସିକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ସୋମବାର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର ବୋଲି କୁହାଯାଉଛି। ସ୍ଥାନୀୟ ନେର୍‌ ଚୌକଠାରେ ଘଟିଛି ଏହି ଅଘଟଣ। ଏହି ଘଟଣାରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ f

ସୂଚନା ଅନୁଯାୟୀ,ସେହି କୋଠାରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଖୁବ କମ ସମୟ ମଧ୍ୟରେ ନିଅାଁ ଚାରିଆଡକୁ ବ୍ୟାପି ଯାଇଥିଲା । ଫଳରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ପରେ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ କୋଠାରେ ନିଅାଁ ଲିଭା କାର୍ଯ୍ୟ ଜାରି ରହିଥିବା ବେଳେ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଉଛି । ଗ୍ୟାସ ସିଲିଣ୍ଡର କେମିତି ବିସ୍ଫୋରଣ ଘଟିଲା ସେ ସମ୍ପର୍କରେ ପୋଲିସ ଜାଣି ପାରି ନାହିଁ। ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ପୋଲିସ କହିଛି।

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ ffirre

ପଢନ୍ତୁ; ଟିଟୋର ସହଯୋଗୀ ବାବୁ ସାହୁଙ୍କୁ ଏନ୍‌କାଉଣ୍ଟର

Related posts

ଡେନିସ୍‍,ନାଦିଆଙ୍କୁ ଶାନ୍ତି ନୋବେଲ୍‍ ପୁରସ୍କାର

ENO Beuro

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ

ENO Beuro

ତିନି ତଲାକ୍‍ ବିଲ୍‍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ,ଗିରଫ ବ୍ୟକ୍ତିଙ୍କୁ ମିଳିପାରିବ ଜାମିନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More