News

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ,ଜଳିଗଲା ୪୫ ବଖରା ଘର

fire

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ। ଜଳିପୋଡି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ଗୁହାଳିଆ ରାଉତସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ୨୩ଟି ପରିବାରର ୪୫ବଖରା ଘର ଜଳି ପୋଡି ପାଉଁଶ ହଇଯାଇଛି। ନିଆଁର ଆଁରେ ଗିଳିହୋଇଯାଇଛି ଲକ୍ଷାଧିକ ଟଙ୍କାର ଧାନ, ଚାଉଳ, ସୁନା, ରୂପା, ଟଙ୍କା ଓ ଆସବାବପତ୍ର। ୫ଟି ଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

fire

ପ୍ରଥମେ ଗାଁର ଶରତ ରାଉତଙ୍କ ଘରେ ନିଆଁ ଲାଗିଥିଲା ପରେ ଏହି ନିଆଁ ବାକି ପରିବାରକୁ ବ୍ୟାପୀ ଯାଇଥିଲା। ବିଳମ୍ବିତ ରାତିରେ ଘଟଣା ଘଟିଥିବାରୁ କୌଣସି ଆସବାବପତ୍ର ଉଦ୍ଧାର କରାଯାଇ ପାରି ନ ଥିଲା। ନିଆଁ ଲାଗିଯିବା କାରଣରୁ ଜଣଙ୍କ ଘରେ ଥିବା ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା। ଏହା ପରେ ନିଆଁ ତୀବ୍ର ରୂପ ଧାରଣ କରି ଆହୁରି ବ୍ୟାପୀ ଯାଇଥିଲା। ଖବରପାଇ ଭଣ୍ଡାରୀପୋଖରୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଘଟଣାସ୍ଥଳକୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସୂଅ ଛୁଟିଛି । ସ୍ଥାନୀୟ ବିଡିଓ ଓ ତହସିଲଦାର ଅଗ୍ନି ବିପର୍ଣ୍ଣଙ୍କ ନିକଟରେ ପହିଂଚିବା ପରେ ସହାୟତା ନେଇ କିଛି ପଦକ୍ଷେପ ନେବେ ବୋଲି ଲୋକେ ଆଶା ରଖିଛନ୍ତି ।

ପଢନ୍ତୁ; ଆଜି ବଲାଙ୍ଗୀର ଆସିବେ ମୋଦି,୧୦ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକର୍ପଣ

Related posts

ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍, ଜଲଦି ଶେଷ କରିଦିଅନ୍ତୁ ବ୍ୟାଙ୍କର ସମସ୍ତ କାମ

ENO Beuro

ଦୁଇ ଜୈଶ୍‌ ଆତଙ୍କୀ ଗିରଫ,ଦୁଇ ଦିନିଆ ରିମାଣ୍ଡରେ ନେଲା ୟୁପି ଏଟିଏସ

ENO Beuro

ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତାକୁ ନେଇ ବିରାଟ ପ୍ରଶ୍ନବାଚୀ

ENO Beuro

Leave a Comment