• Home
  • News
  • କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ
News

କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

ଅଧା ପୋଡିଗଲା ଡିଜେଲ ଭର୍ତ୍ତି ଟ୍ୟାଙ୍କର

ଲିଙ୍କ୍‌ରୋଡ୍‌ସ୍ଥିତ ସନ୍ତୋଷ କୁମାର ଆଣ୍ଡ୍‌ କୋ ପେଟ୍ରୋଲ ପମ୍ପରେ ମଙ୍ଗଳବାର ରାତି ୭ଟାରେ ଅଗ୍ନିକାଣ୍ଡ ଘଟିଛି। ତେଲ ଅନ୍‌ଲୋଡ୍‌ ସମୟରେ ଏକ ଟ୍ୟାଙ୍କ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା। ତେବେ ପେଟ୍ରୋଲପମ୍ପ୍‌ରେ ଅଗ୍ନିନିର୍ବାପକ ଯନ୍ତ୍ର କାମ ନ କରିବାରୁ ନିଆଁ ଭୟଙ୍କର ରୂପ ନେଇଥିଲା। ଟ୍ୟାଙ୍କରରୁ ଅଣ୍ଡର ଗ୍ରାଉଣ୍ଡରେ ତେଲ ଭରିବା ବେଳେ ନିଆଁଲାଗି ଯାଇଥିଲା । ଟ୍ୟାଙ୍କରର ବ୍ୟାଟେରୀ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

fire ପମ୍ପ କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ fire

ନିଆଁ ଅନ୍ୟଆଡକୁ ବ୍ୟାପୁଥିବାବେଳେ ଅଗ୍ନିଶମ ବିଭାଗର ୫ଟି ୟୁନିଟ୍‌ ପହଞ୍ଚତ୍ ମେକାନିକାଲ ଫୋମ୍‌ ଓ ୱାର୍ଟର ସ୍ପ୍ରେ ଜରିଆରେ ନିଆଁକୁ ଆୟତ୍ତ କରିଥିଲେ। ଟ୍ୟାଙ୍କରଟିରୁ ତେଲ ଅନ୍‌ଲୋଡ୍‌ ସରିଯାଇଥିବାରୁ ଟାଙ୍କି ଫାଙ୍କା ଥିଲା। ଫଳରେ ନିଆଁ ଟାଙ୍କିକୁ ଯାଇପାରି ନ ଥିଲା। ନଚେତ୍‌ ବଡ଼ଧରଣର କ୍ଷୟକ୍ଷତି ଘଟିଥାନ୍ତା।

ଅନ୍ୟପକ୍ଷରେ ଏହି ଦୃଶ୍ୟ ଦେଖିବାକୁ ଘଟଣାସ୍ଥଳରେ ସାଧାରଣ ଲୋକଙ୍କ ଭିଡ ଜମିବାରୁ କଟକ ଡିସିପି, ମଧୁପାଟଣା ଓ ବାଦାମବାଡି ଥାନା ଅଧିକାରୀ ଏବଂ ଟ୍ରାଫିକ ଏସିପି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଉକ୍ତ ପେଟ୍ରୋଲ ପମ୍ପ୍‌ର ଫାୟାର ସେଫ୍ଟି ଲାଇସେନ୍ସ ନ ଥିବା ଜଣାପଡିଛି। ବୁଧବାର ଏହାର ମାଲିକଙ୍କୁ ନୋଟିସ ଜାରି କରାଯାଇ ଉତ୍ତର ମଗାଯିବ ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ପଢନ୍ତୁ;ଡ୍ରୋନ୍ ନିୟନ୍ତ୍ରଣ ପାଇଁ ସରକାର ଘୋଷଣା କଲେ ନିୟମ

Related posts

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

Krishna Kumar Manoj

ଶ୍ରୀମନ୍ଦିର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜା ଆଜି ମୁହଁ ଖୋଲିଛନ୍ତି

ବଙ୍ଗାଳୀ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସନ୍ଦେହଜନକ ମୃତ୍ୟୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More