News

ଦିଲ୍ଲୀ ସିଜିଓ କମ୍ପ୍ଲେକ୍ସର ଅନ୍ତୋଦୟ ଭବନରେ ଭୟାବହ ଅଗ୍ନିକାଣ୍ଡ

delhi

ଦିଲ୍ଲୀ ସିଜିଓ କମ୍ପ୍ଲେକ୍ସରେ ବଡ଼ ଧରଣର ଅଗ୍ନିକାଣ୍ଡ

ଦିଲ୍ଲୀର ସିଜିଓ କମ୍ପ୍ଲେକ୍ସ ସ୍ଥିତ ଅନ୍ତୋଦୟ ଭବନରେ ଭୟାଭହ ଅଗ୍ନିକାଣ୍ଡ। ବୁଧବାର ପୂର୍ବାହ୍ନ ୮ଟା ୩୦ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ୨୪ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

ନିଆଁ ପ୍ରଥମେ ପଞ୍ଚମ ମହଲାରେ ଲାଗିଥିଲା। ପରେ ଏହା ଅନ୍ୟ ମହଲାଗୁଡ଼ିକୁ ବ୍ୟାପୀ ଯାଇଥିଲା। ଏ ଘଟଣାରେ ଜଣେ ସୁରକ୍ଷା ଅଧିକାରୀ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟାନ୍ୟ କ୍ଷୟକ୍ଷତି ସଂପର୍କରେ ହଠାତ୍ କିଛି ଜଣାପଡ଼ିନାହିଁ।

ଏ ଯାଏଁ କେହି ମୃତାହତ ହୋଇଥିବାର ଖବର ଆସି ନାହିଁ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ୨୦୧୬ ପର୍ଯ୍ୟନ୍ତ ଏହି କୋଠାର ନାଁ ଥିଲା ‘ପର୍ଯ୍ୟାବରଣ ଭବନ’

ପଢନ୍ତୁ;ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର

Related posts

ଭାଇ ଭରସାରେ ଅନିଲ ଅମ୍ବାନି: ଋଣ ବୋଝ କଲାଣି ଅସହ୍ୟ

Ratnamani Moharana

କଟକ କୁଇନ୍ସ କଲେକ୍ସନ୍ ମଲରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ

ENO Beuro

ସୁପ୍ରିମକୋର୍ଟରେ ଓଡିଶାକୁ ପୋଲାଭରମ୍ ଝଟକା: ପ୍ରକଳ୍ପ ନିର୍ମାଣରେ ରିହାତିଦେଶକୁ ନା

ENO Beuro

Leave a Comment