News

ଢେଙ୍କାନାଳ:ଗ୍ୟାରେଜରେ ଅଗ୍ନିକାଣ୍ଡ,ଜଳିଗଲା ଦୁଇଟି ବସ

ଢେଙ୍କାନାଳ ନିକଟସ୍ଥ ୱାଡର କାଲିଟାକ୍ସ ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇଟି ବସ ଜାଳିଗଲା।

fire

ମିଳୁଥିବା ସୂଚନା ଅନୁଯାୟୀ, ଅନେକ ଦିନ ହେଲା ଏଠାରେ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ୨ଟି ବସ୍‌ରେ ଆଜି ନିଆଁ ଲାଗି ଯାଇଥିଲା। ବସ୍‌ରେ ନିଆଁ ଲାଗି ଯାଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

ତେବେ ବସ ଦୁଇଟିରେ ହଠାତ କିପରି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। କିଏ ବସ ଦୁଇଟିରେ ନିଆଁ ଲଗାଇ ଦେଇଥାଇ ପାରନ୍ତି ବୋଲି ମଧ୍ୟ ସହରରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ନିଆଁ ଲାଗିବା ଘଟଣାର ତଦନ୍ତ ଚାଲିଛି ବୋଲି କାଲଟାକ୍ସ ଫାଣ୍ଡି ଅଧିକାର ମାଧବଚଚନ୍ଦ୍ର ନାୟକ କହିଛନ୍ତି।

ପଢନ୍ତୁ;  ରିଲିଜ ହେଲା ‘ସିମ୍ବା’ର ଟ୍ରେଲର

Related posts

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍‌-ଅପ୍‌ ସମୟସୀମା ବୃଦ୍ଧି: ମାଧ୍ୟମିକ ଶିକ୍ଷା ପରିଷଦ

ENO Beuro

କିସ୍‌କୁ ମିଳିଲା ବିଶ୍ୱର ସମ୍ମାନଜନକ ପରିବେଶ ପୁରସ୍କାର

ENO Beuro

Kathajodi River Trisulia Bridge, Dedicated As Netaji Subhas Chandra Bose Setu

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More