News

ସରକାରୀ ହସ୍ପିଟାଲରେ ଭୟାବୟ ଅଗ୍ନିକାଣ୍ଡ,୬ ମୃତ ୧୪୭ ଆହତ

୫ ଶିଶୁ ସମେତ ୨୧ ଜଣଙ୍କ ଅବସ୍ଥା ଗୁରୁତର

ସୋମବାର  ଅପରାହ୍ନରେ ମୁମ୍ବାଇର ପୂର୍ବ ଅନ୍ଧେରୀରେ ଥିବା ଇଏସ୍‌ଆଇସି କାମଗାର ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଶତାଧିକ ବିଲ୍ଡିଂରେ ଫସି ରହିଛନ୍ତି। ୫ ମହଲା ବିଶିଷ୍ଟ ଏହି ହସ୍ପିଟାଲର ତଳ ମହଲାରେ ନିଆଁ ଲାଗି ଏହା ସମୁଦାୟ ବିଲ୍ଡିଂକୁ ବ୍ୟାପିଯାଇଥିଲା। ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ ଏହି ହସ୍ପିଟାଲ୍‌ରେ ୧୬୦ ଜଣ ରୋଗୀ ରହିଥିବା ବେଳେ ସେମାନଙ୍କ ସମ୍ପର୍କୀୟ ଏବଂ କର୍ମଚାରୀ ରହିଥିଲେ।

fire

ହସ୍ପିଟାଲରେ ନିଆଁ ଲାଗି ଯାଇଥିବା ଖବର ମିଳିବା ପରେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୧୦ଟି ନିଆଁ ଲିଭା ଗାଡ଼ି, ୭ଟି ପାଣି ଟ୍ୟାଙ୍କର୍, ୩ଟି ଉଚ୍ଚ ସିଢ଼ି, ୧୬ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ସବୁ ଲୋକଙ୍କୁ ହସ୍ପିଟାଲରୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ,କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମୁମ୍ବାଇ ଇଏସଆଇସି ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡରେ ମୃତ ପରିବାରର ସଂପର୍କୀୟଙ୍କୁ ୧୦-୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କୁ ୨-୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ସାଧାରଣ ଆହତଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି।

ପଢନ୍ତୁ; ସକାଳୁ ପାଚିଲା ଅମୃତଭଣ୍ଡା ଖାଇବା ଦ୍ଵାରା ଦୂର ହୋଇଥାଏ ଅନେକ ଶାରୀରିକ ସମସ୍ୟା! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

Related posts

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଯାତ୍ରୀମାନଙ୍କ ଠାରୁ ଲୁଟ୍‌ପାଟ୍‌

ENO Beuro

ସରକାରୀ ବିଦ୍ୟାଳୟଗୁଡ଼ିକରେ ସମ୍ବଲପୁରୀ କପଡ଼ାରେ ଡ୍ରେସକୋର୍ଡ କରାଯାଉ: ବୟନ ଶିଳ୍ପ ମନ୍ତ୍ରୀ

ENO Beuro

କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More