News

ନିଆଁ ଲାଗି ୫ଟି ପରିବାରର ୮ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

fire

କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଆସିଲାନି ଦମକଳ ଗାଡ଼ି

ନିଆଁ ଲାଗି ୫ଟି ପରିବାରର ୮ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ଏପରି ଘଟଣା ନୟାଗଡ ଜିଲା ଦଶପଲ୍ଲା ଶ୍ରୀରାମପୁର ଗ୍ରାମରେ ଦେଖିବାକୁ ମିଳିଛି। ସୋମବାର ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ଗ୍ରାମ ଲୋକେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲେ।

fire

ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ଫୋନ୍‌ କରାଯାଇଥିଲେ ମଧ୍ୟ ଦମକଳ ଗାଡ଼ି ଆସି ନ ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବାରୁ ସେମାନେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। ବାରମ୍ବାର ଫୋନ୍‌ କରିବା ପରେ ଦମକଳ ଗାଡ଼ି ନ ଆସିବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ସବୁକିଛି ନଷ୍ଟ ହୋଇଯାଇଥିଲା।

ପଢନ୍ତୁ; ଅଭିନେତା ଇରଫାନ ଖାନ ଅଭିନୀତ ଫିଲ୍ମ ସାମିଲ ହେଲା ଓସ୍କାର ଦୌଡରେ

Related posts

କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନ: ପାକିସ୍ଥାନର କାଶ୍ମୀର ଦରକାର ନାହିଁ

ENO Beuro

ଆସାମ ବୋମା ବିସ୍ଫୋରଣ ଘଟଣା: ୧୦ ଜଣଙ୍କୁ ଆଜୀବନ ଜେଲ

ENO Beuro

Govt extend linking adhaar to pan,bank account

ENO Beuro

Leave a Comment