News

ଟ୍ରମ୍ପ ଟାଓ୍ଵାରରେ ଅଗ୍ନିକାଣ୍ଡ,୨ ଗୁରୁତର ଆହତ

ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଲାଗିଲା ନିଆଁ ।ସୋମବାର ପ୍ରତ୍ୟୁଷରେ ଏହି  ଅଗ୍ନିକାଣ୍ଡ ଘଟିଥିବାର ଜଣିବାକୁ ମିଳିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ଏହା ଦ୍ୱିତୀୟ ବାସଭବନ । ହ୍ୱାଇଟ ହାଉସ ଟ୍ରମ୍ପଙ୍କର ସରକାରୀ ବାସଭବନ ହୋଇଥିବା ବେଳେ ଏହା ତାଙ୍କର ଦ୍ୱତୀୟ ବାସଗୃହ । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଟ୍ରମ୍ପ ଟାୱାରରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଅଗ୍ନିଶମ ବିଭାଗ ସୂତ୍ରରୁ ପ୍ରକାଶ, ମାନ୍‌ହାଟାନ୍‌ ସହରରେ ମିଡ୍‌ଟାଉନ୍‌ ଅଞ୍ଚଳରେ ଥିବା ନଭଶ୍ଚୁମ୍ଭୀ ଟ୍ରମ୍ପ ଟାଓ୍ଵାରର ସବା ଉପର ମହଲାରେ ସେଠିକାର ସ୍ଥାନୀୟ ସମୟ ସକାଳ ପ୍ରାୟ ୭ଟା ୩୦ ମିନିଟ ସମୟରେ ନିଆଁ ଲାଗି ଯାଇଥିଲା।ଟ୍ରମ୍ପ ଟାୱାରର ଛାତରେ ଥିବା ଏକ ଇଲେକଟ୍ରିକ ବସରେ ପ୍ରଥମେ ନିଆଁ ଲାଗିଥିଲା ପରେ ଏହା ଅନ୍ୟ ଆଡକୁ ବ୍ୟାପିଥିଲା । ଟ୍ରମ୍ପ ଟାୱାରରେ ୨୭ଟି କର୍ମସିଆଲ ଫ୍ଲୋର ରହିଛି । ଏଠାରେ ଟ୍ରମ୍ପ ଅର୍ଗାନାଇଜେସନର ମୁଖ୍ୟ କାର୍ଯ୍ୟାଳୟ ରହିଛି । ତେବେ ଟମ୍ପ ସେଠାରେ ନ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିଏଲ୍‌ ଇଷ୍ଟେଟ୍‌ ଓ ଡେଭଲପର ସଂସ୍ଥା ପକ୍ଷରୁ ୬୬୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ୫୮ ମହଲାର ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ନିର୍ମାଣ କରାଯିବା ସହ ଏହାକୁ ଟ୍ରମ୍ପ ଟାଓ୍ଵାର ନାମରେ ନାମିତ କରାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ , ରାଷ୍ଟ୍ରପତି ଟ୍ରମ୍ପ ଏବେ କୌଣସି କାର୍ଯ୍ୟରେ ୱାସିଂଟନ ଡିସିରେ ଅଛନ୍ତି ।

ପଢନ୍ତୁ ;

“ନିଜ ପୂର୍ବ ନିଷ୍ପତ୍ତିକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ ” ଜାଣନ୍ତୁ

Related posts

ସୌରଜଗତ୍‌ ବାହାରେ ଥିବା ଗ୍ରହର ବାୟୁମଣ୍ଡଳରେ ମିଳିଲା ଜଳର ସନ୍ଧାନ

Ratnamani Moharana

ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ

ENO Beuro

ବ୍ରିଜ୍ ତଳେ ପଡିଛି ପୁଳା ପୁଳା ଔଷଧ

ENO Beuro

Leave a Comment