News

କଟକ କୁଇନ୍ସ କଲେକ୍ସନ୍ ମଲରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ

କୁଇନ୍ସ କଲେକ୍ସନ୍ ମଲରେ ଅଗ୍ନିକାଣ୍ଡ

ଟକରେ ପୁଣି ଲୁଗା ସୋରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି । ଆଜି ସହରର ଦରଘା ବଜାର ସ୍ଥିତ କୁଇନ୍ସ କଲେକ୍ସନ୍ ମଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଫଳରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।ତେବେ ଏହି ଅଗ୍ନିକାଣ୍ଡରେ କେତେ ଟଙ୍କାର ସମ୍ପତି ନଷ୍ଟ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

କିଛି ଦିନ ତଳେ ୪ ତାରିଖ ପୂର୍ବାହ୍ଣ ୧୧ଟା ସମୟରେ କଟକ ବାଦାମବାଡ଼ି ସ୍ଥିତ ସିଟି ଷ୍ଟାଇଲ ମଲରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ତିନି ମହଲା ବିଶିଷ୍ଟ କପଡ଼ା ରୁମ୍‌ ଜଳିଯାଇଥିଲା। ଅଗ୍ନିକାଣ୍ଡର ମାତ୍ରା ଏତେ ଭୟାଭୟ ଥିଲା ଯେ ଅନ୍ୟ ମଲକୁ ନିଆଁ ବ୍ୟାପି ଯାଇଥିଲା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। । ନିଆଁକୁ ଲିଭାଇବାକୁ ପ୍ରାୟ ୧୯ଟି ଦମକଳରେ ଆସିଥିବା ୧୪୦ରୁ ଉର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ କର୍ମଚାରୀ । ଏହି ଅଗ୍ନିକାଣ୍ଡ ଫଳରେ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନଷ୍ଟ ହୋଇଯାଇଥିଲା।ଏହି ଘଟଣା ପରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସମେତ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାର ତଦାରଖ କରିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ତେବେ ସହରର ବିଭିନ୍ନ ମଲରେ ଅଗ୍ନିଶମ ବିଭାଗର ଚଢାଉ ପରେ ମଧ୍ୟ ଏହିଭଳି ଅଗ୍ନିକାଣ୍ଡ ଘଟଣା ବାରମ୍ବାର ହେଉଅଛି। ଅଗ୍ନି ନିରୋଧକ ବ୍ୟବସ୍ଥା ଯାଞ୍ଚ ପରେ ମଧ୍ୟ ଏପରି ସୋରୁମରେ ନିଆଁ ଲାଗିବା ଜିଲ୍ଲା ପ୍ରଶାସନର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।

ପଢନ୍ତୁ ;

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର : ନିଟ ପରୀକ୍ଷା ପାଇଁ ନୂଆ ନିୟମ

Related posts

ବନ୍ଦ ହେବ ବେଦାନ୍ତର ଷ୍ଟେରଲାଇଟ୍‍ ତମ୍ବା କାରଖାନା!

ENO Beuro

ଆସୁଛି ଦମଦାର ପାୱାରବ୍ୟାଙ୍କ – ଚୁଟକିରେ ଚାର୍ଜ ହେବ ଆପଣଙ୍କ ସ୍ମାର୍ଟଫୋନ

ENO Beuro

ଓ୍ଵାଲମାର୍ଟ ହାତରେ ଫ୍ଲିପ୍‌କାର୍ଟ: ୭୭% ଅଂଶଧନକୁ ୧.୦୭ ଲକ୍ଷ କୋଟିରେ କିଣିଲା

ENO Beuro

Leave a Comment