Loading...

ରାତି ଅଧରେ ଜଳି ଉଠିଲା କେଶରୀ ମଲ, ନିଆଁ ଆଁରେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଭସ୍ମୀଭୂତ

ରାତି ଅଧରେ ଜଳି ଉଠିଲା କେଶରୀ ମଲ, ନିଆଁ ଆଁରେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଭସ୍ମୀଭୂତ

ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୋକାନ । ପାଉଁଶ ହୋଇଗଲା ଆସବାପତ୍ର । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ ।

ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୋକାନ । ପାଉଁଶ ହୋଇଗଲା ଆସବାପତ୍ର । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ । ୮ଟି ଦୋକାନ ସମ୍ପୂର୍ଣ୍ଣ ଛାରଖାର । ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି। ଅଗ୍ନିକାଣ୍ଡ ବେଳେ ମଲ୍‌ ବନ୍ଦ ଥିବାରୁ କୌଣସି ଗ୍ରାହକ, ଦୋକାନ ମାଲିକ ଓ କର୍ମଚାରୀ ନଥିଲେ ।୩ଟି ଦମକଳ ଗାଡି ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଘଣ୍ଟାଏ କାଳ ମଲ୍‌ ଧୂଆଁ ମୟ ହୋଇଯାଇଥିଲା । ରାତି ପ୍ରାୟ ସାଢେ ୧୦ଟା ବେଳେ ମଲ୍‌ର ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍‌ ଦୋକରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଥିଲା । ସେହି ରାସ୍ତା ଦେଇ ଯାଉଥିବା ଲୋକ ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ତୁରନ୍ତ ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

 

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କିଭଳି ନିଆଁ ଲାଗିଲା ସେନେଇ ଖୋଳତାଡ କରୁଛି ଅଗ୍ନିଶମ ବାହିନୀ । ତେବେ ମଲରେ ନିଆଁ ଲାଗିବା ଘଟଣା ପରେ ଏବେ ଅନ୍ୟ ମଲ କର୍ତ୍ତୃପକ୍ଷଙ୍କ ପାଇଁ କଡା ଆହ୍ଵାନ ହୋଇଛି । ଅନ୍ୟ ମଲ ଗୁଡିକରେ ଫାୟାର ସେଫଟି ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.