• Home
  • News
  • ଦିଲ୍ଲୀର ରବର ଫ୍ୟାକ୍ଟ୍ରି ଗୋଦାମରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବାକୁ ବାୟୁସେନା ହେଲିକାପ୍ଟର୍‌ ନିୟୋଜିତ!
News

ଦିଲ୍ଲୀର ରବର ଫ୍ୟାକ୍ଟ୍ରି ଗୋଦାମରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବାକୁ ବାୟୁସେନା ହେଲିକାପ୍ଟର୍‌ ନିୟୋଜିତ!

ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରଠାରେ ଏକ ରବର ଫ୍ୟାକ୍ଟ୍ରିରେ ନିଅାଁ ଲାଗିଛି। ଏହି ଭୟାବହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି ଦମକଳ ବାହିନୀ। ଏହାଦ୍ୱାରା ଦୀର୍ଘ ୧୭ ଘଣ୍ଟା ଧରି ଲାଗିଥିବା ନିଆଁ ଲିଭା କାମ ଶେଷ ହୋଇଛି।

ସୂଚନା ଅନୁଯାୟୀ ଦିଲ୍ଲୀର ମାଲବିୟ ନଗରରେ ଗୋଟାଏ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ଦ୍ରୁତ ବେଗରେ ଏକ ରବର ଗୋଦାମରେ ଚରି ଯାଇଥିଲା।

ଭାରତୀୟ ବାୟୁସେନା କହିଛି ଯେ ମାଲବିୟ ନଗର ଗୋଦାମରୁ ନିଅାଁ ଲିଭାଇବାକୁ ଉଦ୍ୟମ କରିବାକୁ ବାମ୍ବି ଅପରେସନ୍‌ ପାଇଁ ଆମେ ପାଲାମରୁ ଏମ୍‌ଆଇ ୧୭ ହେଲିକାପ୍ଟର୍‌ ପଠାଇଛୁ। ୧୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଜଳାଶୟରୁ ପାଣି ଆଣି ମାଲବିୟ ନଗର ଗୋଦାମରେ ଢଳିବ।

ସୂଚନାଯୋଗ୍ୟ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଫ୍ୟାକ୍ର୍ଟିଟି ଏକ ଗଳି ରାସ୍ତାରେ ଥିବାରୁ ସେଠାକୁ ଦମକଳ ଗାଡ଼ି ଯିବାରେ ଅସୁବିଧା ହୋଇଥିଲା। ଫ୍ୟାକ୍ର୍ଟି ନିକଟରେ ଥିବା ଏକ ଆବାସିକ କୋଠାକୁ ନିଅାଁ ବ୍ୟାପିଥିଲେ ମଧ୍ୟ ସେଠାରେ କେହି ରହୁନଥିବାରୁ ବଡ଼ ଧରଣର କ୍ଷୟକ୍ଷତି ହୋଇ ନାହିଁ। ଆଖପାଖ ଅଞ୍ଚଳ ପ୍ରବଳ ଧୂଆଁରେ ଭର୍ତ୍ତି ହୋଇଯାଇଥିବା ଦେଖିବାକୁ ମିଳିଛି।

ଦିଲ୍ଲୀର ରବର ଫ୍ୟାକ୍ଟ୍ରି ଗୋଦାମରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବାକୁ ବାୟୁସେନା ହେଲିକାପ୍ଟର୍‌ ନିୟୋଜିତ! fire 1

ପଢନ୍ତୁ; ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

Related posts

ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ – କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

Krishna Kumar Manoj

Koraput’s SLN Medical College & Hospital Inaugurated Today By Odisha CM Naveen Patnaik

Krishna Kumar Manoj

ରାଜ୍ୟ ସରକାର ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା, ଯାତ୍ରା କାଳରେ ମିଳିବ ଲାଇଫ ଜ୍ୟାକେଟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More