News

ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ,୮୧ ମୃତ

fire
ବଢିପାରେ ମୃତକଙ୍କ ସଂଖ୍ୟା

ବାଂଲାଦେଶ ରାଜଧାନୀ ଢାକାରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟି ୮୧ ଜଣଙ୍କ ମୃତ୍ୟ ଘଟିଥିଲା ବେଳେ ଅନ୍ୟ ୫୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ରାଜଧାନୀ ଢାକାର ଚୌକିବଜାର ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ପୂର୍ବରୁ ଗଣମାଧ୍ୟମରେ କୁହାଯାଇଥିଲା ଯେ, ଏହି ଅଗ୍ନିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଅନୁସାରେ,ଏହି ନିଆଁକୁ ଲିଭାଇବା ପାଇଁ ୨୦୦ ଅଗ୍ନିଶମ କର୍ମଚାରୀ ଲାଗିଥିଲେ। ଏହାକୁ ଲିଭାଇବାକୁ ୫ ଘଣ୍ଟା ଲାଗିଥିଲା ଓ ନିକଟସ୍ଥ ମସଜିଦ୍‌ରୁ ପାଣି ଆଣି ନିଆଁ ଲିଭାଇବାର ପ୍ରୟାସ କରାଯାଇଥିଲା।

ପଢନ୍ତୁ; ମୋଦି ସରକାରଙ୍କ ବଡ ଘୋଷଣା: ସବୁ ଯବାନ ବିମାନରେ ଯିବେ

Related posts

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

୨ ରାଜନେତାଙ୍କୁ ନକ୍ସଲଙ୍କ ହତ୍ୟା,ହାତ ବାନ୍ଧି ଜଙ୍ଗଲକୁ ନେଇ ଗୁଳି କଲେ

ENO Beuro

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

ENO Beuro

Leave a Comment