News

ମୁମ୍ବାଇ:କ୍ରିଷ୍ଟାଲ ଟାୱାରରେ ଅଗ୍ନିକାଣ୍ଡ ୪ ମୃତ,୧୬ ଆହତ

By ENO Beuro

August 22, 2018

ମୁମ୍ବାଇର ପରେଲ ସ୍ଥିତ କ୍ରିଷ୍ଟାଲ ଟାୱାରର ୧୨ ମହଲାରେ ନିଆଁ ଲାଗି ଥିବାର ସୂଚନା ମିଳିଛି । ଠିକ୍ ସମୟରେ ୨୦ଟି ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଂଚି ଅଗ୍ନିକୁ ଆୟତ କରିଛନ୍ତି। ଏଥିରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ରୁ ଅଧିକ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।

ସୂଚନାଯୋଗ୍ୟ,ହିନ୍ଦମାତା ସିନେମା ପାଖରେ କ୍ରିଷ୍ଟାଲ ଟାୱାରରେ ସକାଳ ସାଢେ ୮ଟାରେ ନିଆଁ ଲାଗିଥିଲା। ଏହା ପରେ ରେସକ୍ୟୁ ଅପରେସନ ଜାରି ରହିଛି। ଆହୁରି କେତେଜଣ ଲୋକ ସେଠାରେ ଫସି ରହିଛନ୍ତି । ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଛି । ନିଆଁ ଲାଗିବା କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଗତ ୬ ବର୍ଷ ମଧ୍ୟରେ ମୁମ୍ବଇରେ ଏଭଳି ୨୯,୧୪୦ଟି ଅଗ୍ନିକାଣ୍ଡ ଘଟିଛି।

ପଢନ୍ତୁ;୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର