EnewsOdia.Com

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

ମଝି ଆକାଶରେ ଭିଷଣ  ନିଆଁ ଲାଗିଲା ଏୟାର ଇଣ୍ଡିଆ  ବିମାନରେ। ଅଳ୍ପକେ ବର୍ତ୍ତିଲେ ବିମାନ ଯାତ୍ରୀ । ବିମାନ ଉଡାଣର ୩୦ ମିନିଟ ପରେ ମଝି ଆକାଶରେ ଲାଗିଲା ନିଆଁ। ନିଆଁର ଦୃଶ୍ୟ ଦେଖିବାପରେ ଭୟର ବାତାବରଣ ଖେଳିଗଲା ବିମାନ ଯାତ୍ରୀଙ୍କ ମଧ୍ୟରେ। ବିମାନ ମଧ୍ୟରେ ଏକ ସୁନିଶ୍ଚିତ ଦୁର୍ଘଟଣାକୁ ଅନୁଭବ କରପାରୁଥିଲେ ବିମାନରେ ଥିବା କ୍ରୁ ମେମ୍ବରଙ୍କ ସହିତ ୮୯ ଜଣ ଯାତ୍ରୀ କିନ୍ତୁ କିଛି ବି କରିବା ପାଇଁ କାହା ପାଖରେ କିଛି ଚାରା ନଥିଲା।  କିଛି ସମୟ ପରେ ବିମାନର ପାଇଲଟ ଯାତ୍ରୀଙ୍କୁ ଜରୁରୀ ଅବତରଣର ସୂଚନା ଦେବା ପରେ ଯାତ୍ରୀମାନଙ୍କର ଡର ଟିକେ କମିଥିଲା  କିନ୍ତୁ ନିଶ୍ଚିତ ହୋଇ ପାରୁନଥିଲେ ଦୁର୍ଘଟଣାରୁ କେମିତି ବର୍ତ୍ତିବେ। ଅନେକ ସମୟ ଧରି ଲୋକ ମାନଙ୍କ ମଧ୍ୟରେ ଛନକା ଭରି  ରହିଥିଲା। କେତେବେଳେ ବିମାନ ଏୟାରପୋର୍ଟରେ  ଲ୍ୟାଣ୍ଡ କରିବ ଆଉ ଯାତ୍ରୀମାନେ ସୁରକ୍ଷିତ ଭାବରେ ଓହ୍ଲାଇବେ ସେ ଚିନ୍ତା  ଘାରିଥିଲା  ପାଇଲଟଙ୍କୁ।

ତେବେ କିଛି  ସମୟର  ଅନ୍ତରେ ବିମାନକୁ ରାୟପୁରର ବିମାନ ବନ୍ଦରରେ ଜରୁରୀ  ଅବତରଣ କରିବାରେ  ସଫଳ ହେଲେ ପାଇଲଟ। ପୂର୍ବରୁ ବିମାନବନ୍ଦରରେ ଥବା କର୍ମଚାରୀମାନେ ଏହାର  ସୂଚନା ପାଇଥିବାରୁ ସେଠାର ଯାତ୍ରୀମାନଙ୍କୁ  ସୁରକ୍ଷିତରେ ବାହାର କରିବାପାଇଁ ତତ୍ପର ହୋଇପଡିଥିଲେ। ଶେଷରେ ସେଇଆ ହିଁ ହେଲା ଜଣକ ପରେ ଜଣେ  ସବୁ ଯାତ୍ରୀଙ୍କୁ  ସୁରକ୍ଷିତରେ ବିମାନର ସ୍ଲୋପରେ ତଳକୁ ଖସେଇଦିଆଗଲା। ବିମାନଟିରେ  କେଉଁ କାରଣରୁ ନିଆଁ  ଲାଗିଲା ତାହ ତ ତଦନ୍ତ ସାପେକ୍ଷ । କିନ୍ତୁ କୁହାଯାଇପାରିବ  ଏକ ସୁନିଶ୍ଚିତ ଦୁର୍ଘଟଣାରେ  ମୃତ୍ୟୁକୁ ଅତି ନିକଟରୁ  ଦେଖି ଫେରିଛନ୍ତି ବିମାନର ପ୍ରତ୍ୟେକ ଯାତ୍ରୀ।

ପଢନ୍ତୁ:  ଅଯୋଧ୍ୟା ମାମଲାର ଶୁଣାଣି: ଜାଣନ୍ତୁ କଣ ରହିଛି ରାୟ

ସମ୍ବନ୍ଧିତ ଖବର

ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

Ratnamani Maharana

ମହାବଳୀପୁରମରେ ଦୁଇ ମହାବଳୀ, ମୋଦି ଓ ଜିନପିଙ୍ଗ

Ratnamani Maharana

ଶୀତ କମିବ, ୨୫ରୁ କେତେକ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

Ratnamani Maharana

ଶିବ ଲିଙ୍ଗରେ କ୍ଷୀର ନ ଢାଳି ଲୋକଙ୍କୁ ବାଣ୍ଟିଲେ

Ratnamani Maharana

ପାକିସ୍ତାନରେ ଛପାଯାଉଛି ୨୦୦୦ଟଙ୍କିଆ ନକଲି ନୋଟ୍

Ratnamani Maharana

ପୁଣି ବଢିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ

Ratnamani Maharana