EnewsOdia.Com

ଜଗନ୍ନାଥ ହେ… ରକ୍ଷା କର, ବିମାନରେ ନିଆଁ ଲାଗିବା ପରେ କିଛି ଏପରି ଥିଲା ଦୃଶ୍ୟ

ଜଗନ୍ନାଥ ହେ… ରକ୍ଷା କର…ଆମକୁ ବଞ୍ଚାଅ..। ବିମାନରେ ନିଆଁ ଲାଗିବା ପରେ ଚିତ୍କାରରେ ଫାଟି ପଡ଼ିଥିଲା ଏଆଇସି-୬୭୦। ଏହି କୋଳାହଳ ଭିତରେ ବି କିଛି ବ୍ୟକ୍ତି କାନ୍ଦ କାନ୍ଦ ହୋଇ ଜଗନ୍ନାଥ..ଜଗନ୍ନାଥ..ବୋଲି ଡାକ ଛାଡ଼ିଥିଲେ। ମହାପ୍ରଭୁ ଆଜି ଲକ୍ଷ୍ମୀନାରାୟଣ ବେଶରେ ‌ଦର୍ଶନ ଦେଉଥିବା ବେଳେ ବିପଦରେ ପଡ଼ିଥିବା ଯାତ୍ରୀଙ୍କ ବିକଳ ସ୍ବର ଶୁଣି ଯେମିତି ଉଦ୍ଧାର କରିବାକୁ ଚାଲି ଆସିଥିଲେ। କିଛି ଅଘଟଣ ଘଟିବା ପୂର୍ବରୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ୮୯ ଯାତ୍ରୀ ଓ ଏୟାର ଇଣ୍ଡିଆର କର୍ମକର୍ତା। କିଛି ଏପରି ଥିଲା ମଝି ଆକାଶରେ  ନିଆଁ ଲାଗିଥିବା ଏୟାର ଇଣ୍ଡିଆ  ବିମାନରେ ଭିତରର ଦୃଶ୍ୟ।

ସନ୍ଧ୍ୟାରେ ମାତ୍ର ୨୫ ମିନିଟ୍‌ର ଉଡ଼ାଣ ପରେ ନିଆଁ ଲାଗିଯିବାରୁ ସମସ୍ତ ଯାତ୍ରୀ ଭୟରେ ଥରିବାକୁ ଲାଗିଲେ। ଛୋଟ ପିଲାମାନେ ତାଙ୍କ ମା’ମାନଙ୍କୁ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ। ଏୟାର ଇଣ୍ଡିଆର ସଦସ୍ୟମାନେ ଯେତେ‌ ବୁଝେଇଥିଲେ ମଧ୍ୟ ମନ କୋଉ ବୁଝୁଥିଲା। ପିଲାମାନେ ବିକଳ ହୋଇ କହୁଥିଲେ, ଆମର କିଛି ହବନି ତ? ମା’ମାନେ ସାନ୍ତ୍ବନା‌ ଦେବା ବଦଳରେ ନିଜେ କାନ୍ଦକାନ୍ଦ ହୋଇଯାଉଥିଲେ। ଏଇ ସମୟରେ ମଧ୍ୟ ସମସ୍ତେ ଜଗନ୍ନାଥ..ଜଗନ୍ନାଥ…ବୋଲି ଡାକୁଥିଲେ।

ସୂଚନା ଯୋଗ୍ୟ, ବିମାନ ଉଡାଣର ୩୦ ମିନିଟ ପରେ ମଝି ଆକାଶରେ  ବିମାନରେ ନିଆଁ ଲାଗିଯାଇଥିଲା। ନିଆଁର ଦୃଶ୍ୟ ଦେଖିବାପରେ ଭୟର ବାତାବରଣ ଖେଳିଗଲା ବିମାନ ଯାତ୍ରୀଙ୍କ ମଧ୍ୟରେ। ବିମାନ ମଧ୍ୟରେ ଏକ ସୁନିଶ୍ଚିତ ଦୁର୍ଘଟଣାକୁ ଅନୁଭବ କରପାରୁଥିଲେ ବିମାନରେ ଥିବା କ୍ରୁ ମେମ୍ବରଙ୍କ ସହିତ ୮୯ ଜଣ ଯାତ୍ରୀ କିନ୍ତୁ କିଛି ବି କରିବା ପାଇଁ କାହା ପାଖରେ କିଛି ଚାରା ନଥିଲା।  କିଛି ସମୟ ପରେ ବିମାନର ପାଇଲଟ ଯାତ୍ରୀଙ୍କୁ ଜରୁରୀ ଅବତରଣର ସୂଚନା ଦେବା ପରେ ଯାତ୍ରୀମାନଙ୍କର ଡର ଟିକେ କମିଥିଲା ।

ପଢନ୍ତୁ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

ସମ୍ବନ୍ଧିତ ଖବର

ପରଲୋକରେ ପୂର୍ବତନ ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌

Ratnamani Maharana

ଆମ୍ବୁଲାନ୍ସ ପାଇଁ ଅଟକିଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

Ratnamani Maharana

ସୋନିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

ଗ୍ରାହକଙ୍କୁ ବାଧୁଛି ମହଙ୍ଗାମାଡ : ପିଆଜ ଦର ଉପରେ ଲାଗିବ ଲଗାମ

Ratnamani Maharana

ଡେଥ୍‌ ଓ୍ୱାରେଣ୍ଟ ଉପରେ ରୋକ୍‌ ଲଗାଇବା ପାଇଁ ମନା କଲେ ପଟିଆଲା ହାଉସ କୋର୍ଟ

Ratnamani Maharana

ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

Ratnamani Maharana