News

ଦୀର୍ଘ ୩ ସପ୍ତାହ ଧରି ଜଳୁଛି ବିଶ୍ୱର ସବୁଠୁ ବଡ ଜଙ୍ଗଲ ଆମାଜନ

Amazon 750x430

ବିଶ୍ୱର ସବୁଠାରୁ ବଡ ଜଙ୍ଗଲରେ ଲାଗିଛି ନିଆଁ । ଦୀର୍ଘ ୩ ସପ୍ତାହ ଧରି ଜଳୁଛି ବ୍ରାଜିଲର ଆମାଜନ ଜଙ୍ଗଲ । ଏବେ ଏହି ନିଆଁ ଅତି ଭୟଙ୍କର ରୂପ ଧାରଣ କରିଛି । ଯାହାକୁ ଦେଖି ଆଗକୁ ପରିବେଶ ଉପରେ ବଡ ବିପଦ ଆସିପାରେ ବୋଲି ଆକଳନ କରୁଛନ୍ତି ପରିବେଶବିତ୍ । ସାରା ବିଶ୍ୱ ବ୍ୟବହାର କରୁଥିବା ମୋଟ୍ ଅମ୍ଳଜାନର ୨୦ ପ୍ରତିଶତ ଅମ୍ଳଜାନ  ଏହି ଆମାଜନ ଜଙ୍ଗଲରୁ ହିଁ ସୃଷ୍ଟି ହୋଇଥାଏ । ସାରା ବିଶ୍ୱରେ ଥିବା ମୋଟ୍ ଜୀବଜନ୍ତୁଙ୍କ ସଂଖ୍ୟାର ପ୍ରାୟ ଅଧା ଜୀବଜନ୍ତୁ ଏହି ଜଙ୍ଗଲରେ ବାସ କରିଥାନ୍ତି ।ଗତ ୩ ସପ୍ତାହ ଧରି ଏହି ଜଙ୍ଗଲରେ ନିଆଁ ଲାଗିବା ପରେ ଅନେକ ଦୁର୍ମୁଲ୍ୟ ଗଛ ଲତା ନଷ୍ଟ ହେବା ସହିତ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । କହିବାକୁ ଗଲେ ପୃଥିବୀର ଫୁସଫୁସରେ ନିଆଁ ଲାଗିଛି ।

‘ଏନ୍‌ଜିଓ’ମାନଙ୍କୁ ଦୋଷ ଦେଲେ ବ୍ରାଜିଲ୍‌ ରାଷ୍ଟ୍ରପତି

Prc 750x430

ଅନୁଦାନ କାଟିଥିବା ଯୋଗୁଁ ତାଙ୍କ ସରକାରକୁ ବଦନାମ କରିବାକୁ ‘ଏନ୍‌ଜିଓ ’ମାନେ ଆମାଜନ୍‌ କ୍ରାନ୍ତୀୟ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା କଥା ବୁଧବାର ଦିନ ବ୍ରାଜିଲ୍‌ର ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନେରୋ  କହିଛନ୍ତି। ଏ ବର୍ଷ ଆମାଜନ୍‌ରେ ରେକର୍ଡ ସଂଖ୍ୟକ ଅଗ୍ନିକାଣ୍ଡ ନିମନ୍ତେ ‘ଏନ୍‌ଜିଓ’ମାନେ ଦାୟୀ ବୋଲି ବୋଲ୍‌ସୋନେରୋ କହୁଥିଲେ ବି କୌଣସି ପ୍ରମାଣ ଦେଇ ପାରି ନାହାନ୍ତି।ଫେସ୍‌ବୁକ୍‌ ଲାଇଫ୍‌ ବ୍ରଡ୍‌କାଷ୍ଟ୍‍ରେ ସେ କହିଛନ୍ତି: ଅପରାଧ ଘଟୁନି। ତେଣୁ, ଏ ଲୋକମାନେ ଟଙ୍କା ପାଉ ନାହାନ୍ତି।

ପଢନ୍ତୁ:  ସି ବିଚ୍‌ରେ ଚାହା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ମମତା ବାନାର୍ଜୀ

Related posts

ରାଜ ଠାକରେ: ଏବେ ଦେଶକୁ ମୋଦି ମୁକ୍ତ କରିବାର ସମୟ ଆସିଛି,ସବୁ ବିପକ୍ଷ ଦଳକୁ ଏକାଠି ହେବା ଦରକାର

ENO Beuro

ପର୍ଯ୍ୟଟନ କ୍ଷେତ୍ରରେ ଭାରତ-ମାଲ୍ଟା ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ENO Beuro

ରେଳପଥରେ ଓଡ଼ିଶାକୁ ଦିଆଯାଇଛି ମୋଟା ଅର୍ଥ:ଧର୍ମେନ୍ଦ୍ର

ENO Beuro

1 comment

ଆଧାର ସଫା କରିବା ଫେକ ଆଇଡି August 22, 2019 at 2:37 pm

[…] ଦୀର୍ଘ ୩ ସପ୍ତାହ ଧରି ଜଳୁଛି ବିଶ୍ୱର ସବୁଠୁ&… […]

Leave a Comment