News

ଭଦ୍ରକରେ ଅଗ୍ନିକାଣ୍ଡ : ପୋଡିଗଲା ୫୦ ରୁ ଅଧିକ ଘର, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ ।ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଧୁଷୁରୀ ଥାନା ଅନ୍ତର୍ଗତ କାସିମପୁର ପଞ୍ଚାୟତର ଖଡ଼ିମାହାରା ଗାଁର ଭାରତୀ ସାହିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ନିଆଁରେ ଜଳିଗଲା ୫୦ରୁ ଅଧିକ ଘର । ଧୁଷୁରୀ ଥାନା ଅନ୍ତର୍ଗତ ଖଙ୍ଗିମାରା ଭାରତୀ ସାହିରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ବେଳେ ଏଥିରେ ୩୦ ପରିବାର ବାସହରା ହୋଇଯାଇଛନ୍ତି । ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗାଁର ଲୋକେ ଖାଇପିଇ ଶୋଇଥିବା ବେଳେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ରାତି ପ୍ରାୟ ୩ଟା ବେଳେ ଗାରେ ଥିବା ଜଣକ ଚାଳଘରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ କରାଳ ଆଁ କରି ଗାଁର ଘର ପରେ ଘରକୁ ଗିଳି ଯାଇଥିଲା । ଖବର ପାଇ ଭଦ୍ରକ, ଧାମନଗର ଓ ଭଣ୍ଡାରିପୋଖରିରୁ ୩ଟି ଦମକଳ ଆସି ସ୍ଥାନୀୟ ଲୋକଙ୍କ ସହାତାରେ ନିଆଁକୁ ଆୟତ କରିଥିଲେ । ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ବହୁ କଷ୍ଟରେ ନିଆଁକୁ ଆୟତ କରାଯାଇଛି ।

ସେତେବେଳକୁ ୩୦ଟି ପରିବାରର ସବୁକିଛି ଜଳି ଯାଇଥିିଲା। ମୋଟ ୫୦ ରୁ ଅଧିକ ବଖରା ଘର ସହିତ ଧାନଚାଉଳ, ଆସବାବପତ୍ର ଓ ଲୁଗାପଟା ଜଳି ପାଉଁଶ ହୋଇ ଯାଇଥିଲା। ଲୋକେ କେବଳ ସେମାନଙ୍କ ପିନ୍ଧା ଲୁଗା ବ୍ୟତୀତ ଆଉ କିଛି ବଞ୍ଚାଇ ପାରି ନାହାଁନ୍ତି। ଏହି ଅଗ୍ନିକାଣ୍ଡରେ ପ୍ରାୟ ଅଧା ଗାଁ ପୋଡ଼ି ପାଉଁଶ ହୋଇଯାଇଥିବାରୁ ଲୋକମାନଙ୍କର ପରିସ୍ଥିତି ଶୋଚନୀୟ ହୋଇ ଉଠିଛି।ଲୋକେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଖବର ପାଇ ପ୍ରଶାସନ ଆଜି ସକାଳୁ ଗାଁରେ ପହଞ୍ଚି ଲୋକଙ୍କୁ ତତ୍କାଳ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରୁଛନ୍ତି।

ପଢନ୍ତୁ;

ଆପଣଙ୍କ ପୋଷାକରୁ ଦୁର୍ଗନ୍ଧ ବାହାରୁଛି କି ? ତାହାଲେ ଆପଣାନ୍ତୁ ଏହି ଟିପ୍ସ

Related posts

୨୦୧୮ ବଜେଟ୍ :କୃଷକଙ୍କଠୁ ନେଇ ଚାକିରିଆଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ସୁହାଇବ ଜେଟଲୀଙ୍କ ଉପହାର

ENO Beuro

ଜଗା-କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅାସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More