24.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍

ଦୀପାବଳି ପାଇଁ ସତର୍କ ସୂଚନା ଜାରି କଲା ଅଗ୍ନିଶମ ବିଭାଗ

ଦିପାବଳୀ ବେଳେ ସାମ୍ଭାବ୍ୟ ଅଗ୍ନିକାଣ୍ଡ ଦୁର୍ଘଟଣାକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ତରଫରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କଟକରେ ୫ଟି ଅସ୍ଥାୟୀ ଅତିରିତ୍କ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି। ସେହିପରି ଲୋକମାନଙ୍କୁ ହଇରାଣ କଲେ ଏବଂ ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଦୀପାବଳୀ ରାତିରେ ସହରରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୂତୟନ କରାଯିବ ବୋଲି ଡିସିପି କହିଛନ୍ତି ।

ଦିପାବଳୀ ସମୟରେ ଦୁର୍ଘଟଣା ଓ ଅଗ୍ନିକାଣ୍ଡ ଘଟଣା ରୋକିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୂୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ପାଗ ଧିରେଧିରେ ଶୁଖିଲା ହେଉଥିବା ବେଳେ ଶନିବାର, ରବିବାର ଓ ସୋମବାର ତିନିଦିନ ଧରି ବିଭିନ୍ନ ସ୍ଥାନରେ ବାଣ ଫୁଟାଯିବ। ଲୋକମାନଙ୍କୁ ଖୋଲା ଜାଗାରେ ସୁତାବସ୍ତ୍ର ପିନ୍ଧି ବାଣ ଲଗାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ନିକଟରେ ପାଣି ରଖିବା ସହ ଅଫୁଟା ବାଣକୁ ଫୁଟାଇବା ପାଇଁ ଚେଷ୍ଟା ନକରିବାକୁ ଅନୁରୋଧ କରାଯାଇଛି।

ପଢନ୍ତୁ: ପୁରୀ ଜିଲ୍ଲା କାରାଗାରରେ ଫୋନ୍ କଲ୍ ପିଛା ୧୦୦ ଟଙ୍କା

Related posts

ବିଶ୍ୱରେ ଏବେ ‘ଜଳବାୟୁ ଏମର୍ଜେନ୍ସି’ ଘୋଷଣା କଲେ ୧୧,୦୦୦ ବୈଜ୍ଞାନିକ

Ratnamani Maharana

ଆଜି ପଶ୍ଚିମ ଓଡିଶା ପାଳୁଛି ନୂଆଁଖାଇ

Ratnamani Maharana

ଗଡ଼ିଲା ଶ୍ରୀଜିଉଙ୍କ ରଥ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More