News

ଖଣ୍ଡଗିରିରେ ଅଘଟଣ,ଜଳିଗଲା ୨ଟି ବସ୍

bus

ଖଣ୍ଡଗିରିରେ ୨ଟି ବସ ସମ୍ପୃର୍ଣ ଜଳିଯାଇଛି। ଏହି ଦୁଇଟି ଅବ୍ୟବହୃତ ବସ୍ ଏଠାରେ ପଡିରହିଥିଲା । ଭୁବନେଶ୍ୱର ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରେ ଏହି ଅଘଟଣ ଘଟିଛି । ତେବେ ସୌଭାଗ୍ୟ ବଶତଃ ଏଥିରେ କେହି ଯାତ୍ରୀ ନଥିବାରୁ କାହାରି କୌଣସି କ୍ଷତି ହୋଇନାହିଁ ।

bus

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଥିବା ସନ୍ଧେହ କରାଯାଉଛି। ତେବେ ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।

ଏତେ ନିମ୍ନକୁ କିଭଳି ଭାବେ ବିଦ୍ୟୁତ ତାର ଆସିଲା ସେ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ପଢନ୍ତୁ; ୭ହାତୀ ମୃତ୍ୟୁ ଘଟଣା: ୩ଜଣ ଗିରଫ

Related posts

ଭାରତ ବନ୍ଦ ସତ୍ତ୍ବେ ବଢିଲା ପେଟ୍ରୋଲ ଓ ଡିଜେଲର ଦର

ENO Beuro

ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଉତ୍ତରାଖଣ୍ଡ,ୟୁପିରେ ବିଷାକ୍ତ ମଦ ପିଇ ୩୮ ମୃତ

ENO Beuro

Leave a Comment