ଗୋରେଗାଓଁ ପୂର୍ବ ସ୍ଥିତ ଫିଲ୍ମ ସିଟି ସେଟରେ ଗୁମ ହୈ କିସି କେ ପ୍ୟାର ସୁଟ ବେଳେ ଲାଗିଛି ନିଆଁ। ଏହି ସେଟରେ ଲାଗିଥିବା ନିଆଁ ଅନ୍ୟ କିଛି ସେଟକୁ ମଧ୍ୟ ବ୍ୟାପି ଯାଇଛି। ନିଆଁ ଲିଭାଇବାରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ସେଟରୁ ସମସ୍ତ ଲୋକ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଗୋରେଗାଓଁ ପିଲ୍ମ ସିଟିରେ ଶୁକ୍ରବାର ଅପରାହ୍ନରେ ଗୁମହୈ କିସି କେ ପ୍ୟାର ର ସୁଟିଂ ଚାଲିଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ତେରି ମେରି ଦୁରିଆ ଓ ଅଜୁନୀ ଧାରାବାହିକ ସେଟକୁ ମଧ୍ୟ ବ୍ୟାପିଯାଇଥିଲା। ନିଆଁ ଲାଗିବା ବେଳେ ହଜାର ହଜାର ଲୋକ ସେଟରେ କାର୍ଯ୍ୟରତ ଥିଲେ। ଅଗ୍ନିକାଣ୍ଡ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛି। ସେପଟେ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।