News

ରାଜଧାନୀରେ ଫାଷ୍ଟଫୁଡ ଦୋକାନୀଙ୍କୁ ଗୁଳିମାଡ

ଅଶାନ୍ତ ରାଜଧାନୀ। କଥା କଥାକେ ଗୁଳି ଓ ବୋମାମାଡ। ଖଣ୍ଡଗିରି ଥାନା ଭରତପୁର ତାଳବସ୍ତି ଛକରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନୀଙ୍କୁ ଗୁରୁବାର ରାତିରେ ଗୁଳିମାଡ଼ କରାଯାଇଛି। ଚିକେନ ପକୋଡା କିଣାକୁ କେନ୍ଦ୍ରକରି ଏହି ଘଟଣା ଘଟିଛି। ଏଥିରେ ଫାଷ୍ଟଫୁଡ୍‌ ଦୋକାନୀ ସ୍ମୃତି ରଞ୍ଜନ ଧଳ ଓରଫ ନିଲୁ ଆହତ ହୋଇଛନ୍ତି। ନିଲୁଙ୍କ ଡାହାଣ ହାତ କହୁଣିରେ ଗୁଳି ବାଜିଛି। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁଇଟି ଖୋକା ଜବତ କରି ତଦନ୍ତ ଚଳାଇଛି। ଅନ୍ଯପଟେ ପାର୍ବଣ ଋତୁ ପୂର୍ବରୁ ଭୁବନେଶ୍ୱରରେ ଏପରି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

firing

ସୂଚନାଯୋଗ୍ୟ, ଗତ ଦୁଇ ତାରିଖ ଅପରାହ୍ନରେ ଶହୀଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମ ନିକଟ ବାସୁଆଘାଇ ଓଭରବ୍ରିଜ୍‌ ଉପରେ ହୋମଗାର୍ଡ ପର୍ଶୁରାମ ଭୋଇଙ୍କ ପୁଅ ସୁଶାନ୍ତଙ୍କୁ ଗୁଳି ମାଡ ହୋଇଥିଲା। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ବିହାର, ଝାଡ଼ଖଣ୍ଡ ଭଳି ରାଜ୍ୟରୁ ଭୁବନେଶ୍ୱରକୁ ଚୋରା ବନ୍ଧୁକ ଚାଲାଣ ହେଉଛି। ଫଳରେ ସହଜରେ ଅପରାଧୀମାନେ ଏହାକୁ ବ୍ୟବହାର କରିପାରୁଛନ୍ତି। ରାଜଧାନୀରେ ଚୋରା ବନ୍ଧୁକ କାରବାର ବୃଦ୍ଧି ପାଉଥିବାରୁ ବାରମ୍ବାର ଗୁଳିମାଡ଼ ଘଟଣା ଘଟୁଥିବା ସାଧାରଣରେ ମତପ୍ରକାଶ ପାଉଛି।

ପଢନ୍ତୁ;ବିମାନବନ୍ଦରରୁ ପୁଣି ୨୧ଲକ୍ଷର ସୁନା ଜବତ

Related posts

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶାଶୁ-ଶ୍ୱଶୁର ଫେରାର

ENO Beuro

ଆଧାର କାର୍ଡ଼ ସଂଯୋଗ କରିବା ସମୟ ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More