POLITICALS

ଜୁଲାଇ ୫ରେ ପ୍ରଥମ ବଜେଟ ଉପସ୍ଥାପନ

Bb

ଜୁନ ୨୦ରୁ ଜୁଲାଇ ୨୬ ବଜେଟ ଅଧିବେଶନ

କ୍ରମାଗତ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାରଙ୍କ ଅଧୀନରେ ଜୁନ ୨୦ରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ। ଜୁଲାଇ ୨୬ ଯାଏଁ ଏହା ଚାଲିବ ଏବଂ ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୨୦୧୯-୨୦୨୦ ଆର୍ଥିକ ବର୍ଷର ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଜୁଲାଇ ୪ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଶୁକ୍ରବାର ନୂଆ ବୈଠକରେ ଏହି ନିଷ୍ପତି ନିଆଯାଇଛି।

ମୋଦୀଙ୍କ ଦ୍ଵିତୀୟ ସରକାରର ଏହା ପ୍ରଥମ ବଜେଟ । ୧୭ତମ ଲୋକସଭାର ଏହା ହେବ ପ୍ରଥମ ଅଧିବେଶନ। ଜୁନ ୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଉଭୟ ଗୃହର ଯୁଗ୍ମ ବୈଠକରେ ଉଦବୋଧନ ଦେବେ। ଜୁଲାଇ ୧୯ରେ ନୂଆ ଲୋକସଭା ବାଚସ୍ପତିଙ୍କୁ ନିର୍ବାଚିତ କରାଯିବ। ବିଜେପି ନେତୃତ୍ଵାଧୀନ ଏନଡିଏ ଲୋକସଭା ନିର୍ବାଚନରେ ରେକର୍ଡ ୩୫୨ ସିଟରେ ବିଜୟୀ ହୋଇ କ୍ଷମତାକୁ ଆସିଛି।
ପଢନ୍ତୁ: ଜୁନ୍‌ ୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ

Related posts

ମହିଳା ଦୁଷ୍କର୍ମକାରୀଙ୍କ ସୁରକ୍ଷାକାରୀଙ୍କୁ ଟିକେଟ ଦେଉଛି ବିଜେଡି: ବିଜେପି

Ratnamani Moharana

ଆକ୍ଟର-ହେଲିକପ୍ଟର ଲଢେଇ ହେବ କେନ୍ଦ୍ରାପଡାରେ: ଅନୁଭବ ବନାମ ବୈଜୟନ୍ତ

Ratnamani Moharana

ନିର୍ବାଚନୀ ପ୍ରଚାରରେ ସାମିଲ ହେଲେ ଓଲିଉଡର ଖଳନାୟକ ରାଇମୋହନ ପରିଡା

Ratnamani Moharana

Leave a Comment