29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ଓଡ଼ିଶାରେ ପ୍ରଥମ କରୋନା ରୋଗୀ !

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ! ଯାହାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି। କରୋନା ରୋଗୀ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଗତ ଦୁଇ ହେବ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଘର ଭୁବନେଶ୍ବରରେ ବୋଲି କୁହାଯାଉଛି । ଯୁବକଙ୍କ ବୟସ ପାଖାପାଖି ୩୧ ବର୍ଷ ହୋଇଥିବାବେଳେ ସେ ୯ ଦିନ ତଳେ ଇଟାଲିରୁ ଫେରିଥିଲେ ଏବଂ ଦିଲ୍ଲୀରେ କ୍ବାରେଣ୍ଟିନ୍‌ରେ କିଛିଦିନ ରହିବା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ବର ଆସିଥିଲେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ଶନିବାର ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା‌ ପାଇଁ ପଠାଯାଇଥିଲା। ରବିବାର ସନ୍ଧ୍ୟାରେ ତାଙ୍କ ‌ରିପୋର୍ଟ‌ ଆସିବା ପରେ ଯୁବକ ଜଣକ କରୋନା (କୋଭିଡ୍‌-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ । ତେବେ ଗତ ୧୩ ତାରିଖରେ ଯୁବକ ଜଣଙ୍କୁ ଥଣ୍ଡା ସହିତ ଜ୍ବର ହେବାରୁ ସେ ଏଠାରେ ଜଣେ ଡାକ୍ତରଙ୍କୁ ଦେଖାଇଥିଲେ ଏବଂ ଔଷଧ ଆଣି ଖାଇଥିଲେ। କିନ୍ତୁ ସେଥିରେ ଭଲ ନହେବାରୁ ଶନିବାର ସେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ତେବେ ଯୁବକ ଜଣକ ଇଟାଲିରୁ ଫେରିଥିବା ଏବଂ ତାଙ୍କଠାରେ କରୋନା ଲକ୍ଷଣ ଦେଖି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ତାଙ୍କୁ ତୁରନ୍ତ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଇଥିଲେ।

ଯୁବକ ଜଣକ ୧୨ରୁ ୧୪ ତାରିଖ ଯାଏ ୨ ଦିନ ଘରେ ଆସି ରହିଥିବାରୁ ମଧ୍ୟରାତ୍ରିରେ ତାଙ୍କ ବାପା ଓ ଚାକରଙ୍କୁ ମଧ୍ୟ ତାଙ୍କ ନିଜ ଘରେ ନିରୀକ୍ଷଣରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତିତ ଯୁବକ ଜଣକ ୧୨ ତାରିଖରେ ଯେଉଁ ଟ୍ରେନର ଯେଉଁ ନିର୍ଦ୍ଦିଷ୍ଟ ବଗିରେ ଆସିଥିଲେ, ସେଥିରେ ତାଙ୍କ ପାଖରେ ବସିଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

ପଢନ୍ତୁ: 10ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ

Related posts

ଭଲ ହେଲେ ୪୦୧ କରୋନା ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ

admin

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ

Ratnamani Maharana

ପବନର ରାଜକ୍ଷମା ଆବେଦନ ଖାରଜ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More