• Home
  • LIFESTYLE
  • ଏସ୍‌ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିବିଶେଷଙ୍କ ସ୍ୱଭାବ କିପରି ଜାଣନ୍ତୁ
LIFESTYLE

ଏସ୍‌ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିବିଶେଷଙ୍କ ସ୍ୱଭାବ କିପରି ଜାଣନ୍ତୁ

ଏହି ଅକ୍ଷର ନାଁ ଥିବା ବ୍ୟକ୍ତି ପ୍ରଭାବଶାଳୀ

କୌଣସି ବ୍ୟକ୍ତିଙ୍କ ନାମ ଆରମ୍ଭ ଅକ୍ଷରରୁ ତାଙ୍କର ସ୍ୱଭାବ ଓ ବ୍ୟକ୍ତିତ୍ୱ ସମ୍ପର୍କରେ ବହୁତ କିଛି ଜଣାପଡ଼ିଥାଏ।  ତେବେ କେତୋଟି ଅକ୍ଷର ବହୁତ ପ୍ରଭାବଶାଳୀ ହୋଇଥାଏ । ଯେପରିକି ଇଂରାଜୀ ଅକ୍ଷର ଏ, ଜେ, ଓ ଏବଂ ଏସ୍‌। ତେବେ ଆସନ୍ତୁ ଜାଣିବା ଏସ୍‌ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିବିଶେଷଙ୍କ ସ୍ୱଭାବ ସମ୍ପର୍କରେ ।

ଜ୍ୟୋତିଷଙ୍କ ମତରେ ଏସ୍‌ ଅକ୍ଷରରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ସର୍ବଦା ନିଜ କ୍ଷେତ୍ରରେ ଆଗୁଆ ରହିଥାନ୍ତି । ଏହି ବ୍ୟକ୍ତି ସମସ୍ତ କ୍ଷେତ୍ରରେ ସଫଳତା ପାଇଥାନ୍ତି । ପ୍ରେମ କରିବାରେ ମଧ୍ୟ ମାହିର ହୋଇଥାନ୍ତି । ଏପରି ବ୍ୟକ୍ତିତ୍ୱ ଖୁବ୍‌ ବିଶ୍ୱସ୍ତ ।  ମାତ୍ର ନିଜର ଭାବନାକୁ ସହଜରେ କାହାରିକୁ ପ୍ରକାଶ କରିନଥାନ୍ତି। ଏପରି ଗୁଣ ଯୋଗୁ ସେ ବେଳେବେଳେ ଅବସାଦର ଶିକାର ହୁଅନ୍ତି ।

ଏପରି ବ୍ୟକ୍ତି ଅନ୍ୟ ସୁଖଦୁଃଖରେ ନିଜକୁ ସାମିଲ କରିବାକୁ ଭୁଲନ୍ତି ନାହିଁ । ଅପରପକ୍ଷରେ ଏମାନେ ଟିକେ ବଦରାଗି। ସହଜରେ ରାଗ ଉପରେ ନିଜକୁ  ନିୟନ୍ତ୍ରଣ ରଖି ପାରନ୍ତି ନାହିଁ। କ୍ୟାରିୟର ପ୍ରସଙ୍ଗରେ ଏସ୍‌ ଅକ୍ଷର ନାମ ଥିବା ବ୍ୟକ୍ତି ଭବିଷ୍ୟତକୁ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ବିଶେଷକରି ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ଏପରି ବ୍ୟକ୍ତି ସଫଳତା ପାଇଥାନ୍ତି। ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରନ୍ତି। ଏମିତି ଲୋକ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାର ମନୋବୃତ୍ତି ରଖିଥାନ୍ତି। ତାଙ୍କ ମନରେ ଆତ୍ମବିଶ୍ୱାସ ଭରପୂର ରହିଥାଏ।

ଏସ୍‌ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିବିଶେଷଙ୍କ ସ୍ୱଭାବ କିପରି ଜାଣନ୍ତୁ s latter
ପଢନ୍ତୁ ;

‘ ଦିଓ୍ଵାନା ହେଲି ତୋ’ ପାଇଁ ସିନେମାରେ ନୂଆ ରୂପରେ ଆସୁଛନ୍ତି ଏହି ଓଲିଉଡ ସୁନ୍ଦରୀ

Related posts

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ମିଠା ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

Krishna Kumar Manoj

ଆପଣ କମ ଖାଦ୍ୟ ଖାଉଛନ୍ତି କି ?ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ !ଜାଣନ୍ତୁ କମ ଖାଦ୍ୟ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦେଖାଯାଇଥାଏ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More