News

ବ୍ରହ୍ମପୁରରୁ କଟକ ମେମୁ ଟ୍ରେନ୍‌ ଗଡ଼ିଲା

ସୋମରୁ ଶନିବାର ୬ ଦିନ ଚାଲିବ ବ୍ରହ୍ମପୁରରୁ କଟକ ମେମୁ ଟ୍ରେନ୍‌

ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟରେ ଗଡ଼ିଲା ପ୍ରଥମ ମେମୁ ଟ୍ରେନ୍‌। ଖୋର୍ଧାରୋଡ୍‌ ଷ୍ଟେସନ୍‌ରେ ଡିଆର୍‌ଏମ୍‌ ବ୍ରିଜ୍‌ମୋହନ ଅଗ୍ରଓ୍ଵାଲ୍‌ଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା । ସକାଳ ୭.୩୦ ମିନିଟ୍‌ରେ ବ୍ରହ୍ମପୁର ଷ୍ଟେସନ୍‌ରୁ ଏହି ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା । ଏହି ଟ୍ରେନ୍‌ ପ୍ରତି ସୋମବାରରୁ ଶନିବାର ସପ୍ତାହରେ ୬ଦିନ ବ୍ରହ୍ମପୁରରୁ କଟକ ମଧ୍ୟରେ ଯାତାୟାତ କରିବ ସହିତ ଏହା ସଂଧ୍ୟାରେ ପୁଣିଥରେ କଟକରୁ ଫେରିବ । ଏହା ବଦଳରେ ରବିବାର ଦିନ ପୁରୁଣା ଫାଷ୍ଟ ପାସେଞ୍ଜର ବ୍ରହ୍ମପୁରରୁ କଟକ ଯାତାୟତ କରିବ । ପୂର୍ବରୁ ପଲାସାରୁ କଟକ ଓ ବ୍ରହ୍ମପୁରରୁ ଭଦ୍ରକ ଦୁଇଟି ପାସେଞ୍ଜର୍‌ ଯାତ୍ରା କରୁଥିବା ବେଳେ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ମେମୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ସେହିପରି ପ୍ରତି ଶନିବାର ଏହି ଟ୍ରେନ୍‌ ବ୍ରହ୍ମପୁର-ଖୋର୍ଧା ଓ ରବିବାର ଦିନ ଏହା ଖୋର୍ଧା-ବ୍ରହ୍ମପୁର ମେମୁ ସ୍ପେସାଲ୍‌ ଭାବେ ଯାତ୍ରା କରିବ। ଜୁଲାଇ ପହିଲା ଏହା ଆରମ୍ଭ ହେବ। ଏହି ଟ୍ରେନ୍‌ରେ ୧୨ଟି ବଗି ରହିଥିବା ବେଳେ ବଗିର ଉଭୟ ପଟେ ବାୟୋଟଏଲେଟ୍‌ ବ୍ୟବସ୍ଥା ସୁବିଧା ଅଛି । ଏହା ସହିତ ଟ୍ରେନ୍‌ର ମଧ୍ୟ ଭାଗରେ ଇଂଜିନ ରହିଥିବା ବେଳେ ଉଭୟ ମୁଣ୍ଡରେ କଣ୍ଟ୍ରୋଲ୍‌ ୟୁନିଟ୍‌ ରହିଛି। ରଥଯାତ୍ରା ପୂର୍ବରୁ ଏହି ମେମୁ ଟ୍ରେନ୍‌ ଅନ୍ୟ ଏକ ରୁଟ୍‌ରେ ଚଳାଚଳ କରିବ।

ବ୍ରହ୍ମପୁରରୁ କଟକ ମେମୁ ଟ୍ରେନ୍‌ ଗଡ଼ିଲା ବ୍ରହ୍ମପୁରରୁ କଟକ ମେମୁ ଟ୍ରେନ୍‌ ଗଡ଼ିଲା memu 1 640x430

ପଢନ୍ତୁ : କେଉଁ ସବୁ ଖାଦ୍ୟ ଖାଇଲେ ଚେହେରା ଓ ଶରୀରରେ ଆସିଥାଏ ଚମତ୍କାର ପରିବର୍ତ୍ତନ! ଜାଣନ୍ତୁ ସେ ସମ୍ପର୍କରେ

Related posts

ଉପଗ୍ରହ “ଆଇଆରଏନଏସଏସ-୧ଏଚ” କୁ ଭାରତ ପ୍ରଥମ ଥର ପାଇଁ ଇସ୍ରୋ ଉତକ୍ଷେପଣ କରିବ

ENO Beuro

କୋଲକତାରେ ମାଝେରହାଟ ଫ୍ଲାଏଓଭର ଭୁଶୁଡିବା ଘଟଣା:୨ ବର୍ଷ ପୂର୍ବରୁ ମିଳିଥିଲା ସତର୍କ ସୂଚନା

ENO Beuro

କୋର୍ଟରେ ପହଞ୍ଚିଲା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ବିବାଦ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More