ସାରା ବିଶ୍ୱରେ ଭଳି ଧୀରେ ଧୀରେ ଭାରତରେ ବି ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି। ଏହାରି ଭିତରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବାବେଳେ କରୋନା ଓମିକ୍ରନ ଭାରିଏଣ୍ଟରେ ସେ ଆକ୍ରାନ୍ତ ଥିବା ଜଣାପଡିଛି। ତାଙ୍କୁ ପ୍ରଥମେ ୟଶବନ୍ତରାଓ ଚଭନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ୫୨ ବର୍ଷୀୟ ଏହି ବ୍ୟକ୍ତି ଜଣକ ନାଇଜେରିଆରୁ ଫେରିଥିଲେ। ମୃତ ବ୍ୟକ୍ତିଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା। ହେଲେ ଗୁରୁବାର ତାଙ୍କର ଏନଆଇଭି ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ସେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ଥିଲେ। ଏ ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।