POLITICALS

ଓଡିଶା ଇତିହାସରେ ପ୍ରଥମ: ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକର ସିଧା ପ୍ରସାରଣ

speech at cabinet meeting

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକର ଟିଭିରେ ସିଧା ପ୍ରସାରଣ  କରାଯାଇଥିଲା ଯାହାଥିଲା ଓଡିଶା ଇତିହାସରେ ପ୍ରଥମ। ଓଡିଶାର ସାଢେଚାରି କୋଟି ଓଡ଼ିଶାବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ଭାଷଣରେ ସେ ସାରା ଓଡିଶାବାସୀ ନିଜର ବୋଲି କହିଲେ। “କିଏ କହିଲା ମୋର କେହି ନାହାନ୍ତି ପୁରା ଓଡିଶାର ଲୋକ ମୋର ନିଜର” ଏହି ଭଳି କିଛି ଶୁଣିବାକୁ ମିଳିଥିଲା ନବୀନଙ୍କ ଠାରୁ। ଆଜି ରାଜ୍ୟସଚିବାଳୟରେ ଅନୁଷ୍ଠିତ ଶେଷ ମନ୍ତ୍ରୀ ପରିଷଦ ବୈଠକର ମହୋଲ ହୋଇଯାଇଥିଲା ଭାବ ବିହୋଳ। ଟିଭିରେ ସିଧା ପ୍ରସାରଣର କାରଣ ଥିଲା ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କେତେ ରଖିଛି ସେ ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା।

 

୨୦୧୫ରୁ ଚାଷୀଙ୍କୁ ୧% ହାର ସୁଧରେ ଋଣ ଦିଆଯାଇଥିଲା। ଏବେ କାଳିଆ ଯୋଜନାରେ  ବିନା ସୁଧରେ ଋଣ ଦିଆଯାଉଛି। ସବୁ କଚ୍ଚା ଘରକୁ ପକ୍କା କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା, ତା ଆଧାରରେ ୨୦ଲକ୍ଷ ଘର ନିର୍ମାଣ ହୋଇସାରିଛି। ସ୍ବାସ୍ଥ୍ୟ ସୁରକ୍ଷା  ପ୍ରତିଶ୍ରୁତି ରଖିବାକୁ ଯାଇ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ  ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଏପିଏଲ୍, ବିପିଏଲର କୌଣସି ପ୍ରଭେଦ ନାହିଁ। ବରଂ ସମସ୍ତଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ପାଇଁ ୭ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ସରକାର ଦେଉଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ଓ ମେଡିକାଲ କଲେଜରେ ମାଗଣାରେ ଔଷଧ ଓ ଚିକିତ୍ସା ସୁବିଧା ଦିଆଯାଉଛି ବୋଲି ଦୃଢୋକ୍ତୀ  ରଖିଥିଲେ ନବୀନ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ସବୁବେଳେ ମୋ ସହ ଅଛି ଆଉ ରହିବା। ଶଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଓଡିଶାର ଉନ୍ନତି   ପାଇଁ କାମ କରିଚାଲିବି।

ପଢନ୍ତୁ:  ଭାଇ ଭରସାରେ ଅନିଲ ଅମ୍ବାନି: ଋଣ ବୋଝ କଲାଣି ଅସହ୍ୟ

Related posts

ହିଞ୍ଜିଳି ଓ ଭଣ୍ଡାରୀପୋଖରୀରୁ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Ratnamani Moharana

ଦଶ ବର୍ଷର ବ୍ୟବଧାନ ପରେ ପୁଣି ମଞ୍ଚକୁ ଓଲ୍ହାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ENO Beuro

ପ୍ରତି ମାସରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

Ratnamani Moharana

Leave a Comment