Loading...

ଇସ୍ରାଏଲ ଏବଂ ହମାସ୍‌: ଇସ୍ରାଏଲକୁ ସହାୟତାର ହାତ ବଢାଇଲା ଆମେରିକା

ଇସ୍ରାଏଲ ଏବଂ ହମାସ୍‌: ଇସ୍ରାଏଲକୁ ସହାୟତାର ହାତ ବଢାଇଲା ଆମେରିକା

୫ ଦିନରେ ପହଞ୍ଚିଛି ଇସ୍ରାଏଲ-ହମାସ୍‌ ଯୁଦ୍ଧ। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଗତ ଦଶନ୍ଧି ମଧ୍ୟରେ ଏହା ଏକ ଭୟଙ୍କର ଯୁଦ୍ଧରେ ପରିଣତ ହୋଇଛି।

ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି ଏବଂ ଉଭୟ ପାର୍ଶ୍ୱରୁ କ୍ରମାଗତ ରକେଟ୍ ଆକ୍ରମଣ ଚାଲିଛି। ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲକୁ ଆଶ୍ୱାସନା ଦେଇ ସେ ସବୁ ପରିସ୍ଥିତିରେ ଇସ୍ରାଏଲ ସହିତ ଅଛନ୍ତି ବୋଲି କହିଥିବା ବେଳେ ନିଜର ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ଆମେରିକୀୟ ଅସ୍ତ୍ରଶସ୍ତ୍ର ନେଇ ଆମେରିକୀୟ ବିମାନ ଇସ୍ରାଏଲ୍ ମାଟିରେ ପହଞ୍ଚିଛି। ଏହା ସହିତ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ଇସ୍ରାଏଲ ଗସ୍ତରେ ଥିବା ଜଣାପଡିଛି।

୫ ଦିନରେ ପହଞ୍ଚିଛି ଇସ୍ରାଏଲ-ହମାସ୍‌ ଯୁଦ୍ଧ। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଗତ ଦଶନ୍ଧି ମଧ୍ୟରେ ଏହା ଏକ ଭୟଙ୍କର ଯୁଦ୍ଧରେ ପରିଣତ ହୋଇଛି। ଉଭୟ ପକ୍ଷରୁ ହେଉଛି ଘନ ଘନ ରକେଟ୍ ମାଡ଼। ଯାହା ଫଳରେ ଦୁଇ ପକ୍ଷର ବିଭିନ୍ନ ସହର ଗୁଡିକ ଛାରଖାର ହୋଇଗଲାଣି, ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଅନ୍ୟପଟେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଇସ୍ରା‌ଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି, ‘ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନଥିଲା, କିନ୍ତୁ ଇସ୍ରାଏଲ ଯୁଦ୍ଧ ଶେଷ କରିବ’। ନେତାନ୍ୟାହୁ କହିଛନ୍ତି, ଆମେ ଏହି ଯୁଦ୍ଧ ଚାହିନଥିଲୁ। କିନ୍ତୁ ଅତ୍ୟନ୍ତ ନିଷ୍ଠୁର ଏବଂ ବର୍ବର ଭାବେ ଆମ ଉପ‌ରେ ଆକ୍ରମଣ ହୋଇଛି। ଯଦିଓ ଇସ୍ରାଏଲ ଏହି ଯୁଦ୍ଧ ଆରମ୍ଭ କରିନାହିଁ କିନ୍ତୁ ଇସ୍ରାଏଲ ହିଁ ଏହି ଯୁଦ୍ଧ ଶେଷ କରିବ। ନେତାନ୍ୟାହୁଙ୍କ ଏହି ବୟାନ ପରେ ଯୁଦ୍ଧ ଆଗକୁ ଆହୁରି ଉଗ୍ରରୂପ ଧାରଣ କରିପାରେ ବୋଲି କୁହାଯାଉଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.