Loading...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲ୍ୟାଣ୍ଡରରୁ ରୋଭର ବାହାରୁଥିବା ସମୟର ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲ୍ୟାଣ୍ଡରରୁ ରୋଭର ବାହାରୁଥିବା ସମୟର ଭିଡିଓ

ଚନ୍ଦ୍ରଯାନ -୩ ଲ୍ୟାଣ୍ଡରରୁ ରୋଭର ବାହାରୁଥିବାରୁ ସଦ୍ୟତମ ଫଟୋ ଇସ୍ରୋ ପକ୍ଷରୁ ଛଡ଼ାଯାଇଛି।ଇସ୍ରୋ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କ୍ରମାଗତ ଭାବେ ଏହି ସମ୍ପର୍କିତ ଭିଡିଓକୁ ଅପଲୋଡ କରୁଛି ।

ଚନ୍ଦ୍ରଯାନ -୩ ଲ୍ୟାଣ୍ଡରରୁ ରୋଭର ବାହାରୁଥିବାରୁ ସଦ୍ୟତମ ଫଟୋ ଇସ୍ରୋ ପକ୍ଷରୁ ଛଡ଼ାଯାଇଛି।ଇସ୍ରୋ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କ୍ରମାଗତ ଭାବେ ଏହି ସମ୍ପର୍କିତ ଭିଡିଓକୁ ଅପଲୋଡ କରୁଛି । ଏହି କ୍ରମରେ ଇସ୍ରୋ ଜାରି କରିଛି ରୋଭର ପ୍ରଜ୍ଞାନର ଧରାବତରଣର ଭିଡିଓ । ପ୍ରଜ୍ଞାନ କିପରି ଲ୍ୟାଣ୍ଡର ବିକ୍ରମ ଭିରତରୁ ବାହାରି ଚନ୍ଦ୍ର ପୃଷ୍ଠକୁ ଓହ୍ଲାଉଛି ତାହା ଏଥିରେ ଦୃଶ୍ୟମାନ ହେଉଛି ।

ସୂଚନାନୁସାରେ, ରୋଭର ପ୍ରଜ୍ଞାନ ରାସାୟନିକ, ଖଣିଜ ପଦାର୍ଥ, ମାଟି ଓ ପଥର ସମ୍ପର୍କରେ କରୁଛି ଗବେଷଣା । ୧୪ ଦିନ ଲାଗି ୬ ଚକିଆ ବିଶିଷ୍ଟ ରୋଭର ଚନ୍ଦ୍ରପୃଷ୍ଠର ଗବେଷଣା କରିବ ବୋଲି ଜଣାପଡ଼ିଛି। ୧୪ ଦିନ ପରେ ଲ୍ୟାଣ୍ଡର ଓ ରୋଭର କାର୍ଯ୍ୟକ୍ଷମ ନେଇ ଆଶାବାଦୀ ରହିଛି ଇସ୍ରୋ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.