LIFESTYLE

ମାଛ ଖାଉଛନ୍ତି କି ? ଧ୍ୟାନ ରଖନ୍ତୁ ଏହି ସବୁ କଥା , ନହେଲେ ହେଇପାରେ ସ୍ୱାସ୍ଥ୍ୟ ଖରାପ

ଆସନ୍ତୁ ଜାଣିବା ମାଛ

ଦୁଇ ପ୍ରକାର ଲୋକ ଦେଖିବାକୁ ମିଳନ୍ତି , ଆମିଷାଶୀ ଓ ନିରାମିଷାଶୀ । ନିରାମିଷାଶୀ ଲୋକ ତ ବେଶି ପନିପରିବା ଓ ଫଳମୂଳ ଖାଆନ୍ତି କିନ୍ତୁ ଆମିଷ ପ୍ରିୟ ଲୋକଙ୍କ ପାଖରେ ବିଶେଷ ପ୍ରକାରଭେଦ ନଥାଏ। ଯେଉଁମାନେ ଟିକେ ଅଧିକ ଆମିଷପ୍ରେମୀ ସେମାନେ ସବୁ ପ୍ରକାର ଆମିଷ ଭୋଜନରେ ଅଭ୍ୟସ୍ତ। ମାଛ, ମାଂସ, ଅଣ୍ଡା, କଙ୍କଡ଼ା, ଶୁଖୁଆ ପ୍ରଭୃତି ସବୁକିଛି ସେମାନେ ଖାଇ ପାରନ୍ତି। ତେବେ ଆଉ କେତେକ ଅଛନ୍ତି, ସେମାନଙ୍କ ଭିତରେ ପସନ୍ଦ ନାପସନ୍ଦ ରହିଥାଏ। କେତେକ ନିର୍ଦ୍ଦିଷ୍ଟ ଭାବରେ ମଟନ ପ୍ରିୟ, କେତେକ ଚିକେନ ପ୍ରିୟ ,ଆଉ କେତେକ ସବୁ ପ୍ରକାର ମାଛକୁ ଖାଇବାରେ ଅଭ୍ୟସ୍ତ। ତେବେ ଆମିଷ ଖାଇଲା ବେଳେ କିଛି କଥା ଧ୍ୟାନ ଦେବା ଉଚିତ । ଶାସ୍ତ୍ର ଅନୁସାରେ, ଯେଉଁମାନେ ମାଛ ଖାଉଛନ୍ତି, ସେମାନେ ନିର୍ଦ୍ଦିଷ୍ଟ କିଛି ନିୟମ ମାନିବା ଉଚିତ। ସେମାନେ ଟିକେ ସତର୍କ ରହିବା ଜରୁରି।

  • ଆପଣ ଯଦି କୌଣସି ସମୟରେ ମାଛକୁ ଖାଉଛନ୍ତି, ତେବେ ତା ସହ ଚିନି କିମ୍ବା ମହୁ ଖାଆନ୍ତୁ ନାହିଁ।
  • ମାଛ ସହିତ ଦହି କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ ମିଶାଇ ଖାଆନ୍ତୁ ନାହିଁ ।
  • କେବଳ ମାଛ ନୁହେଁ, ଆଉକିଛି ଖାଦ୍ୟ ଅଛି ଯାହା ସହ କିଛି ନିର୍ଦ୍ଦିଷ୍ଟ ଖାଦ୍ୟକୁ ମିଶାଇ ଖାଇବା ଉଚିତ ନୁହେଁ। ଏହା କେବଳ ଶାସ୍ତ୍ର କହୁନି, ୟାର ବିଜ୍ଞାନ ସମ୍ମତ କାରଣ ବି ରହିଛି। ଆପଣ ଯଦି ଦହି ଖାଉଛନ୍ତି ତେବେ ସେଥିରେ କଦଳୀ କିମ୍ବା ବେଲ ମିଶାଇ ଖାଇବା ଉଚିତ ନୁହେଁ। ଏ ସବୁକୁ ଏକସଙ୍ଗେ ମିଶାଇ ଖାଇବା ଦ୍ୱାରା ଖାଦ୍ୟରେ ବିଷକ୍ରିୟା ସୃଷ୍ଟି ହୋଇଥାଏ। କଣ କହୁଛନ୍ତି ଶାସ୍ତ୍ରବିତ୍ ଦେଖନ୍ତୁ ଭିଡିଓ।

ମାଛ ଖାଉଛନ୍ତି କି ? ଧ୍ୟାନ ରଖନ୍ତୁ ଏହି ସବୁ କଥା , ନହେଲେ ହେଇପାରେ ସ୍ୱାସ୍ଥ୍ୟ ଖରାପ  ମାଛ ଖାଉଛନ୍ତି କି ? ଧ୍ୟାନ ରଖନ୍ତୁ ଏହି ସବୁ କଥା , ନହେଲେ ହେଇପାରେ ସ୍ୱାସ୍ଥ୍ୟ ଖରାପ

ପଢନ୍ତୁ, ଜାନୁୟାରୀରେ ଚିଲିକା ମୁହାଣରେ ଅନୁଷ୍ଠିତ ହେବ ଜାତୀୟ ପକ୍ଷୀ ଉତ୍ସବ

Related posts

ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ଛିଡି ଯାଇଥିବା କ୍ଷୀରକୁ ଫିଙ୍ଗିଦେଉଛନ୍ତି କି? ଜାଣନ୍ତୁ ଏହାକୁ କେମିତି ବ୍ୟବହାର କରିବେ!

ENO Beuro

ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ପୁଦିନା ପତ୍ର! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More