29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଆଜି ସମୁଦ୍ରରୁ  ଏକ  ବିରଳ ପ୍ରଜାତିର ମାଛ ଧରିଛନ୍ତି । ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି ।  ଏହି ମାଛକୁ ‘ମୟୂର ମାଛ’  ବୋଲି କୁହାଯାଉଛି।

ଆଜି ସକାଳେ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରିବାକୁ ବୋଟ୍‌ ନେଇ ଯାଇଥିଲେ। ସେଠାରେ  ମଦନ ଦେବନାଥ ନାମକ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛଟି ପଡ଼ିଥିଲା। ଏପରି ମାଛ ପୂର୍ବରୁ କେବେ ଦେଖି ନ ଥିବା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ କହିଛନ୍ତି।

ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ । ଏହାର ଓଜନ  ୨୦ କେଜି  ହୋଇଥିବାରୁ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା  ହେବ ବୋଲି ମୂଲଚାଲ ହୋଇଛି।  ଦୀଘାରେ ଏହି ମାଛ ବିକ୍ରି  କରାଯିବା ନିମନ୍ତେ  କଥାବାର୍ତ୍ତା ଶେଷ ହୋଇଥିବା ବେଳେ ଏହାକୁ ଧାମରା ପଠାଇ ଦିଆଯାଇଛି। ସେଠାରୁ ମାଛକୁ ଦୀଘା ପଠାଯିବ ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ଏହି ମାଛ ଦେଖିବାକୁ ରାଜନଗର ତାଳଚୁଆଠାରେ ଲୋକଙ୍କ ଭିଡ଼ ଜମିଥିଲା।

ପଢନ୍ତୁ: ‘ନିର୍ଭୟା’ ମାମଲା: ଫାଶୀଦଣ୍ଡ ବିରୋଧରେ ଦୋଷୀଙ୍କ ହାତରେ ଆଉ ମାତ୍ର ୭ ଦିନ ସମୟ

Related posts

୨୮ ଓ ୨୯ରେ ଓଡ଼ିଶାକୁ ଭିଜାଇବ ବର୍ଷା

Ratnamani Maharana

ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ନିକଟରେ ଜମିବ ଲୋକଙ୍କ ଭିଡ

Ratnamani Maharana

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More