• Home
  • News
  • ରାଜଧାନୀର ଖୋଲିଲା ୧୨ଟି ଚିଲିକା ଫ୍ରେସ୍‌ ଏବୋଂ ଏବେ ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ
News

ରାଜଧାନୀର ଖୋଲିଲା ୧୨ଟି ଚିଲିକା ଫ୍ରେସ୍‌ ଏବୋଂ ଏବେ ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ

ମାଛ ପ୍ରେମୀଙ୍କ ପାଇଁ ଖୁସି ଖବର । ଏବେ ୨୬ଟି ସ୍ଥାନରେ ଖୋଲିବ “ଚିଲିକା ଫ୍ରେସ୍‌” । ସତେଜ ମାଛ ଓ ମତ୍ସ୍ୟଜାତ ଦ୍ରବ୍ୟ ଯୋଗାଇ ଦେବା ପାଇଁ ଏହି ପଦକ୍ଷେପ ନେଇଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ପୂର୍ବରୁ ଫିସ୍‌ଫେଡ୍‌ ମାଧ୍ୟମରେ ସହରର ୩ଟି ସ୍ଥାନରେ “ଚିଲିକା ଫ୍ରେସ୍‌” ଖୋଲାଯାଇଥିଲା । ଗତକାଲି ରାଜଧାନୀର ଆଉ ୧୨ଟି ସ୍ଥାନରେ “ଚିଲିକା ଫ୍ରେସ୍‌” ଖୋଲାଯାଇଛି । ଏଥିପାଇଁ ୪.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଆଜି ରାଜଧାନୀର କେଶରୀ ସିନେମା ହଲ୍‌ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚିଲିକା ଫ୍ରେସ୍‌ ଆଉଟଲେଟ୍‌କୁ ଉଦ୍‌ଘାଟନ କରିଥିଲେ। ଏହା ବ୍ୟତୀତ ଆଜି ପ୍ରଥମ ପର୍ଯ୍ୟାୟରେ ଡୁମୁଡୁମା, ଶୈଳଶ୍ରୀବିହାର, ମଞ୍ଚେଶ୍ୱର, ଭିଏସ୍‌ଏସ୍‌ ନଗର, ରସୁଲଗଡ଼, କଳିଙ୍ଗନଗର, ଲକ୍ଷ୍ମୀସାଗର, ପୋଖରୀପୁଟ, ଖଣ୍ଡଗିରି, ନାକାଗେଟ୍‌, ସାଂପୁର ଏବଂ ପଟିଆ ଛକ ଆଦି ମୋଟ ୧୨ଟି ସ୍ଥାନରେ ‘ଚିଲିକା ଫ୍ରେସ୍‌’ ଖୋଲିଛି। ଫିସ୍‌ଫେଡ୍‌ ଏବଂ ଫାଲକନ୍‌ ମେରାଇନ୍‌ର ମିଳିତ ଉଦ୍ୟମ (ପିପିପି) ମୋଡ୍‌ରେ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଆଉ ୧୪ଟି ‘ଚିଲିକା ଫ୍ରେସ୍‌’ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ମତ୍ସ୍ୟ ଓ ପ୍ରାଣୀ ସମ୍ପାଦ ବିଭାଗ ପକ୍ଷରୁ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଭଦ୍ରକ, ଜୟପୁର, ବାରିପଦା, ଭବାନୀପାଟଣା ସହରରେ ୧୦୦ଟି ‘ଚିଲିକା ଫ୍ରେସ୍‌’ ପର୍ଯ୍ୟାୟ କ୍ରମେ ଖୋଲିବା ଲାଗି ଉଦ୍ୟମ ଜାରି ରହିଛି।

ଉଦ୍‌ଘାଟନୀ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ଫିସ୍‌ଫେଡ୍‌ ଓ ଫିସ୍‌କୋଫେଡ୍‌ର ଅଧ୍ୟକ୍ଷ ଟି.ପ୍ରସାଦ ରାଓ ଦୋରା, ମତ୍ସ୍ୟ ଓ ପ୍ରାଣୀ ସମ୍ପାଦ ବିଭାଗ ଶାସନ ସଚିବ ବିଶାଳ ଗଗନ, ମତ୍ସ୍ୟ ବିଭାଗ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହାସହିତ, ଗାଡ଼ିରେ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଏକ ଅଭିନବ ପ୍ରୟାସ କରିଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ଫିସ୍‌ଫେଡ୍‌ ମାଧ୍ୟମରେ ମୁକ୍ତ ଟେଣ୍ଡର ପ୍ରକ୍ରିୟାରେ ଡାଟମ ମାର୍କେଟିଂ ଲିମିଟେଡ୍‌ ପ୍ରଥମ ପର୍ଯ୍ୟାୟରେ ୧୦ଟି ‘ଫିସ୍‌ ଅନ୍‌ ହ୍ଵିଲ୍‌’ ଗାଡ଼ିର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦ୍‌ଘାଟନ କରିଛନ୍ତି। ଏହି ଗାଡ଼ି ମାଧ୍ୟମରେ ଗ୍ରାହକମାନେ ନିଜ ପସନ୍ଦ ଅନୁଯାୟୀ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ ପାଇବେ। ସହରର ବିଭିନ୍ନ ସ୍ଥାନ ସମେତ ପର୍ଯ୍ୟଟନସ୍ଥଳୀରେ ବି ଏହି ଗାଡ଼ି ବୁଲିବ। ଏବେ ୯ ପ୍ରକାରର ଖାଦ୍ୟ ଉପଲବ୍ଧ ହେବ। ଗ୍ରାହକଙ୍କ ପସନ୍ଦକୁ ଆଖିରେ ରଖି ଏହି ସଂଖ୍ୟାକୁ ବୃଦ୍ଧି କରାଯିବ। ସତେଜ ଏବଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧.୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ରାଜଧାନୀର ଖୋଲିଲା ୧୨ଟି ଚିଲିକା ଫ୍ରେସ୍‌  ଏବୋଂ ଏବେ ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ  ରାଜଧାନୀର ଖୋଲିଲା ୧୨ଟି ଚିଲିକା ଫ୍ରେସ୍‌  ଏବୋଂ ଏବେ ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ ରାଜଧାନୀର ଖୋଲିଲା ୧୨ଟି ଚିଲିକା ଫ୍ରେସ୍‌  ଏବୋଂ ଏବେ ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ  ରାଜଧାନୀର ଖୋଲିଲା ୧୨ଟି ଚିଲିକା ଫ୍ରେସ୍‌  ଏବୋଂ ଏବେ ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ

ପଢନ୍ତୁ, ଆଧାର କାର୍ଡ଼ ସଂଯୋଗ କରିବା ସମୟ ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା

Related posts

ଭାରତରେ ୧୨୧ ଅରବପତି : ପ୍ରଥମସ୍ଥାନରେ ମୁକେଶ ଅମ୍ବାନୀ

Krishna Kumar Manoj

ରାଜ୍ୟ ସରକାର ରସଗୋଲା ଜିଆଇ ପାଇଁ ୭ଦିନ ମଧ୍ୟରେ ଆବେଦନ କରିବେ: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

Krishna Kumar Manoj

କନ୍ଧମାଳର ଯାଆଁଳା ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଆରମ୍ଭ, ୪୦ ଜଣିଆ ଡାକ୍ତରୀ ଟିମ୍ ସାମିଲ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More