News

ମାଛର ଦାମ ୫ ଲକ୍ଷ ଟଙ୍କା,ବଦଳିଲା ଦୁଇ ମତ୍ସ୍ୟଜୀବୀ ଭାଇଙ୍କ ଭାଗ୍ୟ

fish

ମୁମ୍ବାଇ ଉପକୂଳରେ ଗତ ରବିବାର ଦିନ ବିକ୍ରି ହୋଇଥିବା ଗୋଟିଏ ମାଛର ଦର ଶୁଣିଲେ ଯେ କେହି ବି ସହଜରେ ବିଶ୍ୱାସ କରିବେ ନାହିଁ। ତିରିଶି କିଲୋଗ୍ରାମ ଓଜନର ଏହି ଘୋଲ ମାଛ ବିକ୍ରି ହୋଇଥିଲା ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କାରେ।

ଦୁଇ ଭାଇଙ୍କ ଡଙ୍ଗା କୂଳରେ ଲାଗିବା ପରେ ଆରମ୍ଭ ହୋଇ ଯାଇଥିଲା ମାଛର ନିଲାମି । ଶେଷରେ ମାଛଟି ବିକ୍ରି ହୋଇଥିଲା ସାଢ଼େ ୫ ଲକ୍ଷ ଟଙ୍କାରେ । ଏକାଥରେ ଏତେ ଟଙ୍କା ପାଇ ଦୁଇ ଭାଇ ଭାରି ଖୁସି । ସେମାନେ ଏହି ଟଙ୍କାରେ ନିଜର ଡଙ୍ଗା ଓ ଜାଲର ମରାମତି କରିବେ ଏବଂ ନିଜ ଆର୍ଥିକ ସ୍ଥିତି ମଜବୁତ କରିବେ ବୋଲି କହିଛନ୍ତି । ଭାରତ ଓ ପାକିସ୍ତାନ ସମେତ ସିଙ୍ଗାପୁର, ଇଣ୍ଡୋନେସିଆରେ ଏହି ମାଛ ଦେଖାଯାନ୍ତି।

fish

ସୂଚନାଯୋଗ୍ୟ,ଏହି ମାଛକୁ ୫.୫ ଲକ୍ଷ ଟଙ୍କାରେ ବିକ୍ରି କରି ଦୁଇ ଭାଇ ମହେଶ ମେହେର ଓ ଭାରତ ମେହେର ଏବେ ଲକ୍ଷପତି ହୋଇଯାଇଥିବା ଚର୍ଚ୍ଚା ହେଉଛି। ତେବେ ଘୋଲ ମାଛ ଖାଇବାକୁ ସ୍ବାଦିଷ୍ଟ ହୋଇଥିବା ବେଳେ ଏଥିରେ ଥିବା ଔଷଧିୟ ଗୁଣ ପାଇଁ ଏହାର ମୂଲ୍ୟ ଅନ୍ୟ ମାଛ ଅପେକ୍ଷା ଯଥେଷ୍ଟ ଅଧିକ।

ଏହା ମୁଖ୍ୟତଃ ମାଲେସିୟା, ସିଙ୍ଗାପୁର, ଇଣ୍ଡୋନେସିଆ, ହଂକଂ ଓ ଜାପାନକୁ ରପ୍ତାନି କରାଯାଇଥାଏ। ଏହି ଘୋଲ ମାଛକୁ ‘ଏ ହାର୍ଟ ଅଫ୍‌ ଗୋଲ୍ଡ’ ବୋଲି ମଧ୍ୟ କୁହାଯାଇଥାଏ।

ପଢନ୍ତୁ; ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିଙ୍କୁ ହରାଇ ହରି ହେଲେ ରାଜ୍ୟସଭାର ଉପସଭାପତି

Related posts

ଆଜି ବିଶ୍ୱ ପରିବେଶ ଦିବସ !

ENO Beuro

ରାଜ୍ୟସ୍ତରୀୟ ରେଲେଓ୍ଵ ସୁରକ୍ଷା ବୈଠକ: ଭିକ୍ଷାମାଗୁଥିବା କିନ୍ନରଙ୍କ ଉପରେ ଲାଗିବ କଟକଣା

Ratnamani Moharana

ଅନ୍ତର୍ଜାତୀୟ ଫ୍ୟାସନ ପ୍ରତିଯୋଗିତାରେ ଓଡିଆ ଝିଅ କ୍ରିସିତା ଚାମ୍ପିଅନ୍‌!

ENO Beuro

Leave a Comment