ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ମାଛ ବରା”

Fish kotlet

ଆବଶ୍ୟକୀୟ ସାମଗ୍ରୀ 

ଚୂନା ମାଛ,  ବୋଇତି କଖାରୁ ପତ୍ର,  ଚାଉଳ,   ସୋରିଷ,  ରସୁଣ,  ଜିରା,  ଶୁଖିଲା ଲଙ୍କା,  ସୋରିଷ ତେଲ,  ଲୁଣ  ଓ  ହଳଦୀ ଗୁଣ୍ଡା।

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚୂନା ମାଛକୁ ଭଲ ଭାବରେ ବାଛି ନିଅନ୍ତୁ। ଚାଉଳକୁ ପାଣିରେ ଭିଜାଇ ବାଟି ନିଅନ୍ତୁ। ତାପରେ ସୋରିଷ, ଜିରା, ଲଙ୍କାକୁ ବାଟି ରଖନ୍ତୁ। ଏହି ମସଲା ବଟାରେ ଚୂନା ମାଛ, ରସୁଣ କୋଲା, ତେଲ, ଲୁଣ, ହଳଦୀ ମିଶାଇ ଦିଅନ୍ତୁ। ବୋଇତି କଖାରୁ ପତ୍ର ମଝିରେ ଗୋଳା ମାଛରୁ ଅଳ୍ପ ରଖି ପତ୍ରକୁ ଚାରି ପାଖରୁ ଭାଙ୍ଗି ନିଅନ୍ତୁ। ସେଇ ପତ୍ରକୁ ଚାଉଳ ବଟାରେ ବୁଡ଼ାଇ ଗରମ ତାୱାରେ ଥିବା ଗରମ ତେଲରେ ଭାଜି ନିଅନ୍ତୁ ଓ ଗରମ ଗରମ ପରଷନ୍ତୁ ସ୍ଵାଦିଷ୍ଟ  ମାଛ ବରା।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମାଟି ହାଣ୍ଡି ଚିଙ୍ଗୁଡି କଷା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More