ବଜ୍ରକାପ୍ତା ଉଦ୍ଧାର,୨ ମହିଳାଙ୍କ ସହ ୫ ଅନ୍ତଃରାଜ୍ୟ ବ୍ୟବସାୟୀ ଗିରଫ

bajrakaptaa

ରାୟଗଡା ଜିଲ୍ଲା ପଦ୍ମପୁରରୁ ଗୁଣପୁର ଦେଇ ଭୁବନେଶ୍ଵର ଚାଲାଣ ବେଳେ କାରରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ବଜ୍ରକାପ୍ତା । ଏଥିରେ ସମ୍ପୃକ୍ତ ୨ ଜଣ ମହିଳାଙ୍କ ସମେତ ମୋଟ ୫ ଜଣଙ୍କୁ ପୁଲିସ ଗିରଫ କରିଛି ।

bajrakaptaa

ସୂଚନାଅନୁଯାୟୀ,ପୋଲିସ ପାଟ୍ରୋଲିଙ୍ଗ ସମୟରେ ସନ୍ଦେହ ଜନକ ଅବସ୍ଥାରେ ଏକ କାରକୁ ଅଟକାଇଥିଲା । କାରରେ ଥିବା ବ୍ୟକ୍ତି ମାନଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ସେମାନଙ୍କ ଠାରୁ ଏକ ବଜ୍ରକାପ୍ତା ପାଇଥିଲା । ଯାହାକୁ ଅଭିଯୁକ୍ତମାନେ ସ୍ଥାନୀୟ ପଦ୍ମପୁର ଅଞ୍ଚଳରୁ ଧରି ଭୁବନେଶ୍ବର ଚାଲାଣ କରୁଥିଲେ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ସେମାନଙ୍କ ଘର ଭୁବନେଶ୍ବରରେ ବୋଲି ଜଣାପଡ଼ିଛି । ପୋଲିସ ବଜ୍ରକାପ୍ତା ଟିକୁ ବନବିଭାଗକୁ ହସ୍ତାନ୍ତର କରିବା ସହ ବଜ୍ରକାପ୍ତା ଚାଲାଣରେ ଆଉ କେଉଁମାନେ ସଂପୃକ୍ତ ସେ ବିଷୟରେ ଅନୁଧ୍ୟାନ କରୁଛି।

ପଢନ୍ତୁ; ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More