EnewsOdia.Com

ଫେବୃଆରୀ ୯ରେ ସରୁଛି ରାମ ମନ୍ଦିର ଟ୍ରଷ୍ଟ ତିଆରି ଅବଧି

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ୩ ମାସ ପୂରଣ ହେବାକୁ ଯାଉଛି। ହେଲେ କେନ୍ଦ୍ର ସରକାର ଏଯାଏ ରାମ ମନ୍ଦିର ତିଆରି ପାଇଁ ଟ୍ରଷ୍ଟ ଘୋଷଣା କରି ନାହାନ୍ତି। ରାମ ମନ୍ଦିର ତିଆରି ପାଇଁ ସୁପ୍ରିମକୋର୍ଟ ଏକ ଟ୍ରଷ୍ଟ ତିଆରି କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଫେବୃଆରୀ ୯ ପୂର୍ବରୁ ଏହି ଟ୍ରଷ୍ଟ ତିଆରି କରିବାକୁ ହେବ। ହାତରେ ଆଉ ୫ ଦିନ ରହିଥିବା ବେଳେ କେନ୍ଦ୍ର ସରକାର ଏହାରି ଭିତରେ ଟ୍ରଷ୍ଟ ବାବଦରେ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ବିଶ୍ୱ ହିନ୍ଦୁ ପରିଷଦ, ରାମ ଜନ୍ମଭୂମି ନ୍ୟାସ, ସୁନ୍ନୀ ଓ୍ୱାକଫ ବୋର୍ଡ ସମେତ ସମସ୍ତ ପକ୍ଷଙ୍କ ରାୟ ମଧ୍ୟ ନେଇ ସାରିଛି।

ତେବେ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା କିଏ ରହିବେ ମନ୍ଦିର ଟ୍ରଷ୍ଟରେ। ଦୀର୍ଘ ୩ ଦଶନ୍ଧି ଧରି ହୋଇଥିବା ରାମ ମନ୍ଦିର ଆନ୍ଦୋଳନରେ ଅନେକ ସାଧୁ ସନ୍ଥ ସାମିଲ ରହିଛନ୍ତି। ଟ୍ରଷ୍ଟରେ ଏକ ସମୀତ ସଦସ୍ୟ ରହିବେ। ତେଣୁ କିଏ ରହିବେ କାହାକୁ ସାମିଲ କରାଯିବନି, କେଉଁ ଆଧାରରେ ନିଷ୍ପତ୍ତି ନେବେ? ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି।

ପଢନ୍ତୁ: ଏମିତି ଦୟନୀୟ ସ୍ଥିତିରେ ସୀମାନ୍ତ ଜଗିଛନ୍ତି ଭାରତୀୟ ଯବାନ

ସମ୍ବନ୍ଧିତ ଖବର

କଦଳୀ କାନ୍ଧି ଭିତରେ ଜମୁଛି ବ୍ରାଉନ୍ ସୁଗର ଚାଲାଣ

Ratnamani Maharana

ସାବଧାନ ଗାଡ଼ି ଚାଳକ! ଏଣିକି ରଙ୍ଗରୁଟ୍‌ରେ ଗାଡି ଚଲାଇଲେ ଟାୟାର ହେବ ଲିକ୍‌

Ratnamani Maharana

ସମୁଦ୍ର ମଝିରେ ବୁଡିଗଲା ଡଙ୍ଗା

Ratnamani Maharana

ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ

Ratnamani Maharana

ଖସୁଛି ପିଆଜ ଦର

Ratnamani Maharana

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ ରୁ ଖାତା ଦେଖା ଆରମ୍ଭ

Ratnamani Maharana