News

ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ , ଗୋଟିଏ ପରିବାର ୩ ଆହତ

By Krishna Kumar Manoj

May 02, 2018

ଛାତ ଭୁଷୁଡ଼ି ସାନ ପୁଅ ମୃତ

ଗଂଜାମ ଶେରଗଡ ବ୍ଲକ ପୁନାନ୍ଦ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଛାତ ଭୁଶୁଡ଼ି ଗୋଟିଏ ୫ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି। ଶେରଗଡ଼ ବ୍ଲକ ଗୋଠଗାଁ ପଞ୍ଚାୟତର ପୁନାନ୍ଦ ଗାଁରେ ଏହି ଅଘଟଣ ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ଛାତର କଂକ୍ରିଟ ବାପା, ମା ଓ ଦୁଇପୁଅଙ୍କ ଉପରେ ଖସି ପଡ଼ିଥିଲା । ଗ୍ରାମବାସୀମାନେ ଉଦ୍ଧାର କରି ଶେରଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ୪ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା । ବାପା, ମା ଓ ଅନ୍ୟ ଜଣେ ପୁଅ ଏବେବି ଚିକିତ୍ସାଧୀନ ଅଛନ୍ତି।

ଏହି ଘରଟି ଇନ୍ଦିରା ଆବାସ ଘର ହୋଇଥିବାବେଳେ ତାଙ୍କୁ ୨୦୧୧-୧୨ ମସିହାରେ ସରକାରଙ୍କ ତରଫରୁ ମିଳିଥିଲା  । ନିମ୍ନମାନର କାମ ହୋଇଥିବାରୁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି ।

ପଢନ୍ତୁ ;

ପୁଞ୍ଜିଲାଲଙ୍କୁ ପୁଣି ୫ ଦିନଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ