News

ଆକାଶ ପଥରେ ପୂର୍ବ ସହ ଯୋଡି ହେଲା ପଶ୍ଚିମ ଓଡିଶା

Bj

ଭୁବନେଶ୍ୱର-ଝାରସୁଗୁଡା ବିମାନ ଚଳାଚଳ ଆରମ୍ଭ

କିଛି ଦିନର ପ୍ରତୀକ୍ଷା ପରେ ଶେଷରେ ଭୁବନେଶ୍ୱରରୁ ଝାରସୁଗୁଡା   ବିମାନବନ୍ଦରକୁ ବିମାନ ଚଳାଚଳ ଆରମ୍ଭ ହୋଇଛି | ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରୁ ସ୍ପାଇସଜେଟ୍‌ ସଫଳ ହେବା ପରେ ଉଡାନ-୩ ଯୋଜନାରେ ବୁଧବାର ଠାରୁ ଏଲାୟନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଯାଇଛି। ଆଜି ସକାଳ ୧୦ଟା ୩୦ରେ ବିମାନ ଭୁବନେଶ୍ୱରରୁ ଝାରସୁଗୁଡାକୁ ପହଁଚି ଥିବା ବେଳେ ୧୧:୫୫ରେ ଝାରସୁଗୁଡାରୁ ଭୁବନେଶ୍ୱର ବାହାରିଥିଲା। ପ୍ରଥମ ଦିନରେ ଭୁବନେଶ୍ୱରରୁ ୩୫ଜଣ ଯାତ୍ରୀ ଝାରସୁଗୁଡ଼ା ଆସିଥିବା ବେଳେ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ୫୫ଜଣ ଯାତ୍ରୀ ଯାଇଛନ୍ତି।

ମାର୍ଚ୍ଚ ୩୧ରୁ ଉଡ଼ାନ୍‌ ଯୋଜନା-୩ରେ ସ୍ପାଇସ୍ ଜେଟ୍‌   ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ତିନିଟି ପ୍ରମୁଖ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ଯୋଗାଉଛି। ଆଜିଠାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧା ବିମାନ ସେବା ଆରମ୍ଭ ହେଉଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଝାରସୁଗୁଡ଼ାବାସୀ। ତେବେ ଶୀଘ୍ର ମୁମ୍ବାଇ ଓ ବାଙ୍ଗାଲୋରକୁ ମଧ୍ୟ ବିମାନ ଚଳାଚଳ ପାଇଁ ଦାବି ହୋଇଛି।

 

ପଢନ୍ତୁ: ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆନିମେଟେଡ୍‌ ତ୍ରିକୋଣାସନ ଭିଡିଓ ଭାଇରାଲ

Related posts

କୋର୍ଟଙ୍କ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ରାହୁଲଙ୍କୁ ଜାରି କଲେ କାରଣ ଦର୍ଶାଅ ନୋଟିସ

Ratnamani Moharana

ଆସାମରେ ଜଳ ତାଣ୍ଡବ: କାଜିରଙ୍ଗା ଜାତୀୟ ଉଦ୍ୟାନରେ ଭାସୁଛନ୍ତି ପଶୁ

Ratnamani Moharana

ଏସ୍‌ସିବିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ପାଥୋଲୋଜି ଲ୍ୟାବ୍‌

ENO Beuro

Leave a Comment