News

ଭୁବନେଶ୍ଵର-ବ୍ୟାଙ୍କକ୍‌ ଉଡିଲା ଏୟାର ଏସିଆ! ଆସିଲେ ୩୮,ଗଲେ ୧୬୫

ଭୁବନେଶ୍ଵରରୁ ବ୍ୟାଙ୍କକ୍‌ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ବିମାନ ସେବା। ଏଥର ଏୟାର ଏସିଆ ଆରମ୍ଭ କରିଛି ଏହି ବିମାନ ସେବା। ପ୍ରଥମ ଦିନରେ ବ୍ୟାଙ୍କକ୍‌ରୁ ୩୮ ଯାତ୍ରୀ ଭୁବନେଶ୍ଵରରେ ଆସି ପହ୍ନାଚିଛନ୍ତି। ଅନ୍ୟପକ୍ଷେ ଭୁବନେଶ୍ଵରରୁ ୧୬୫ଜଣ ଯାତ୍ରୀ ବ୍ୟାଙ୍କକ୍‌ ଯାତ୍ରା କରିଛନ୍ତି।

biju

ଗତକାଲି ରାତି ୧୧ଟା ୩୫ରେ ବିମାନ ଏଫ୍‌ଡି-୧୧୨ ଭୁବନେଶ୍ବରରେ ଅବତରଣ କରିଥିଲା। ଏହାକୁ ୱାଟର୍ କ୍ୟାନନ୍ ମାଧ୍ୟମରେ ବିମାନବନ୍ଦର ପରିସରରେ ସ୍ବାଗତ କରାଯାଇଥିଲା। ଏହାପରେ ଆସିଥିବା ଯାତ୍ରୀଙ୍କୁ ସିନ୍ଦୂର ଲଗାଇ, ଫୁଲ ପକାଇ ସ୍ବାଗତ କରାଯାଇଥିଲା।

ଓଡ଼ିଶାର ଯାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସଂସ୍ଥା ପ୍ରଥମ ତିନି ଦିନ ପାଇଁ ଭଡ଼ାରେ ୨୦% ରିହାତି ପ୍ରଦାନ କରାଯାଇଛି। ଏଥିପାଇଁ ଶୁକ୍ରବାରଠାରୁ ରବିବାର ପର‌୍ୟ୍ୟନ୍ତ ୩ ଦିନ ଏସ୍ପ୍ଲାନେଡ୍ ମଲ୍ରେ ଏୟାର ଏସିଆର ଷ୍ଟଲ ଲାଗିବ। ଯେଉଁ ଯାତ୍ରୀ ଏହି ଷ୍ଟଲରୁ ଟିକଟ ନେବେ ସେମାନଙ୍କୁ ୨୦% ରିହାତିରେ ଟିକେଟ ମିଳିବ ବୋଲି ସଂସ୍ଥା ଘୋଷଣା କରିଛି।

ପଢନ୍ତୁ; ପୁନେରୁ ଲଢିବେ ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ

Related posts

କେନାଲକୁ ଖସିଲା ସ୍କୁଲ ଭ୍ୟାନ୍,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ENO Beuro

ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣା:ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ପୁଅ ଗିରଫ

ENO Beuro

୨୦୧୮ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More