Entertainment

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘

ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେଲା ଶ୍ରୀନାରାୟଣ ସିଂଙ୍କ ‘ବତୀ ଗୁଲ୍‌ ମିଟର୍‌ ଚାଲୁ’। ଏହାସହ ନନ୍ଦିତା ଦାସଙ୍କ ବହୁ ପ୍ରତୀକ୍ଷିତ ବାୟୋଗ୍ରାଫିକାଲ୍‌ ଡ୍ରାମା ଫିଲ୍ମ ‘ମଣ୍ଟୋ’। ଦୁଇଟି ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ନିଆରା ହୋଇଥିବା ବେଳେ ଫିଲ୍ମର କନ୍‌ସେପ୍ଟ ଓ ଷ୍ଟାର୍‌କାଷ୍ଟ ଆକର୍ଷଣ ରହିଛି।

ବତ୍ତି ଗୁଲ ମିଟର ଚାଲୁ ଫିଲ୍ମର ଟାଇଟଲ ହିଁ ଫିଲ୍ମର କାହାଣୀକୁ ଲୋକଙ୍କ ପାଖରେ ପହଁଚାଇଛି । ବିଜୁଳି ବିଭାଗର ଭ୍ରଷ୍ଟାଚାର ମାମଲା ଉପରେ ଆଧାରିତ ଏହି ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ଶାହିଦ କପିରଙ୍କ ସହିତ ୟାମୀ ଗୌତମ ମଧ୍ୟ ନଜର ଆସିବେ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଶାହିଦ କପୁରଙ୍କ ପିଲାଦିନର ସାଙ୍ଗର ପ୍ରିଣ୍ଟିଂ ପ୍ରେସରେ ହଠାତ ୫୪ ଲକ୍ଷର ବିଦୁଳି ବିଲ ଆସେ ଏବଂ ଏହାକୁ ନେଇ ସେ ଆତ୍ମହତ୍ୟା କରିଦିଏ । ଏହା ପରେ ଶାହିଦ ନିଜ ବନ୍ଧୁଙ୍କୁ ନ୍ୟାୟ ଦେବ ପାଇଁ ଓକିଲ ହୋଇ ଏହି କେସକୁ ଲଢିଥାନ୍ତି । ଫିଲ୍ମକୁ ଶ୍ରୀନାରାୟଣ ସିଂ ନିର୍ଦ୍ଦେଶନା ଦେଇଥିବା ବେଳେ ଭୂଷଣ କୁମାର ଏହାର ପ୍ରଯୋଜକ ଅଛନ୍ତି ।

sahid

ଆଜି ବାଓପିକ୍ ମଂଟୋ ମଧ୍ୟ ରିଲିଜ ହୋଇଛି । ପ୍ରତିଷ୍ଠିତ ଲେଖକ ସଆଦତ୍ ହସନ୍ ମଂଟୋଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିତା ଦାସ । ଫିଲ୍ମରେ ମଂଟୋଙ୍କ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ନବାଜୁଦ୍ଦିନ୍ ସିଦ୍ଧିିକି । ୧୯୩୪ ମସିହାରେ ଭାରତରେ ଜନ୍ମ ହୋଇଥିବା ମଂଟୋ ଯୁବ ଅବସ୍ଥାରୁ ହିଁ ନିଜ ଭିନ୍ନ ଲେଖା ଶୈଳିକୁ ନେଇ ଲୋକପ୍ରିୟ ହୋଇଥିଲେ । ବମ୍ବେରେ ରହିବାକୁ ଚାହୁଁଥିବା ମଂଟୋଙ୍କୁ କିନ୍ତୁ ଦେଶ ସ୍ୱାଧିନ ହେବା ପରେ ପାର୍ଟିସନ୍ ପରେ ପାକିସ୍ତାନ ଯିବାକୁ ପଡିଥିଲା । ଆଉ ସେବେଠାରୁ ନିଜ ଲେଖାରେ ସତ୍ୟ ଘଟଣାକୁ ସ୍ଥାନ ଦେଲେ ମଂଟୋ । ଯାହାକୁ ନେଇ ସମାଲୋଚନାର ଶୀକାର ହେଲେ । ଫିଲ୍ମରେ ମଂଟୋଙ୍କ ଚରିତ୍ରକୁ ବେଶ ଆକର୍ଷଣୀୟ ଭାବେ ତୋଳି ପାରିଛନ୍ତି ଅଭିନେତା ନବାଜୁଦ୍ଧିନ୍

ପଢନ୍ତୁ;ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

Related posts

Ume productions new upcoming movie “Feel My Dil”

ENO Beuro

ପୁଣି ଛୋଟ ପରଦାକୁ ଏକାଠି ଫେରିବେ ସୁଶାନ୍ତ ଓ ଅଙ୍କିତା

ENO Beuro

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More