Entertainment

ଫ୍ରାଇଡେ ରିଲିଜ୍: ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ସହ ମୁହାଁମୁହିଁ ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍

movie

ଫିଲ୍ମି ଫ୍ରାଇଡ଼େରେ ରିଲିଜ ହେଉଛି ଦୁଇଟି ଦମଦାର ବଲିଉଡ଼ ମୁଭି । ଉରି ଏବଂ ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର । ଉରି -ଦ ସର୍ଜିକାଲ ଷ୍ଟ୍ରାଇକ ଚଳଚ୍ଚିତ୍ରର କାହାଣୀ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ହୋଇଥିବା ବେଳେ ଏହା ସହ ରାଜନୈତିକ ଡ୍ରାମାକୁ ନେଇ ହୋଇଥିବା ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ ମିନିଷ୍ଟର’ର ମୁକାବିଲା ହେବ ବୋଲି ଅନୁମାନ କରାଯାଇଛି ।

movie

ସତ କାହାଣୀ ଉପରେ ଆଧାରିତ ଫିଲ୍ମ ଉରିକୁ ଟକ୍କର ଦେବ ‘ଦ ଆକ୍ସିଡ଼େଂଟାଲ ପ୍ରାଇମ୍ ମିନିଷ୍ଟର’ । ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି ଅନୁପମ୍ ଖେର୍ । ଫିଲ୍ମଟି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପଲିଟିକାଲ କ୍ୟାରିୟରକୁ ନେଇ ଗତିଶୀଳ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ଗୁଟେ ।

ଉରି ଫିଲ୍ମଟି ୨୦୧୬ରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଅଂଚଳରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍ କାହାଣୀ ଉପରେ ଆଧାରିତ । ଉରି ସେକ୍ଟର୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଏହାପରେ ଭାରତୀୟ ସେନାଙ୍କ ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ଚଳଚ୍ଚିତ୍ର ଉରିର କାହାଣୀ ଗତିଶୀଳ ହୋଇଛି । ଫିଲ୍ମର ଲିଡରେ ଅଛନ୍ତି ଭିକି କୌଶଲ

ପଢନ୍ତୁ; କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ନବୀନଙ୍କ ଚିଠି

Related posts

ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି ଏହି ଅଭିନେତା

ENO Beuro

ପିତା ହେବାକୁ ଯାଉଛନ୍ତି ନୀଲ୍ ନୀତିନ୍ ମୁକେଶ୍

ENO Beuro

୨୧ ବର୍ଷ ସାନ ପ୍ରେମିକାଙ୍କୁ ଦିତୀୟ ବିବାହ କଲେ ହିମେସ୍ ରେଶମିଆ

ENO Beuro

Leave a Comment