News

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ

flood

ଲଘୁଚାପ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ।ମାଲକାନଗିରି ସଦର ମହକୁମାରେ ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇଛି । ମୁଖ୍ୟ ରାସ୍ତାରେ ପାଣି ଜମିବା ଯୋଗୁଁ ବସ ଷ୍ଟାଣ୍ଡ, ସତସଙ୍ଗ ବିହାର, ସମ୍ବାୟl ଗୁଡା ପ୍ରଭୁତିସାହି ଗୁଡିକ ଜଳ ଘେରରେ ରହିଛି। ବର୍ଷା ପ୍ରଭାବରେ କରୁକୋଣ୍ଡା ନଦୀରେ ପାଣି ଆସି ମାଲକାନଗିରି ଓ ବାଲିମେଳା ମୁଖ୍ୟ ରାସ୍ତା ଉପରେ ପ୍ରାୟ 5ଫୁଟ ପାଣି ପ୍ରବାହିତ ଯୋଗୁଁ ଯାତାୟତ ବନ୍ଦ ହୋଇଯାଇଛ। ।ତେବେ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ହେବା ଫଳରେ ଶତାଧିକ ସଂଖ୍ୟାରେ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା, ଚାଷ ଜମି, ଡାକ୍ତରଖାନା ସବୁ ଅଞ୍ଚଳ ଜଳମଗ୍ନ ହୋଇଛି।

flood

ସେହିପରି ଜିଲା ସଦର ମହକୁମାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳ ପ୍ରବେଶ କରିଛି। ଜିଲାରେ ମୋଟ ୧୧୬୬.୦୨ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କୋରୁକୋଣ୍ଡାରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୨୦ବର୍ଷ ମଧ୍ୟରେ ଏଭଳି ବର୍ଷା ହୋଇ ନଥିବା ଜିଲା ଜରୁରୀକାଳନୀ ବିଭାଗ ସୂତ୍ରରୁ ଜଣାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଉଛି। ଆରଆଇ, ରାଜସ୍ୱ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ରନ୍ଧା ଖାଦ୍ୟ ଯୋଗାଉଛନ୍ତି। ୭ଟି ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଦିଆଯାଉଛି। କୋରାପୁଟରୁ ଓଡ୍ରାଫ ଟିମ୍‍କୁ ଡକାଯାଇଛି। ସେମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୭ଦିନ ପର୍ଯ୍ୟନ୍ତ ଏଭଳି ଖାଦ୍ୟ ପ୍ରଦାନ କରାଯିବ। ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟିମ୍‍ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବା ପରେ ସରକାରୀ ନିୟମ ପ୍ରକାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି।

ପଢନ୍ତୁ;ଓଡିଶା ହକି ବିଶ୍ଵକପ: ହକି ବିଶ୍ୱକପ ଅଫିସିଆଲ୍ ଓପନିଙ୍ଗ୍ ସଙ୍ଗୀତରେ ଏକାଠି ହେବେ ରହମାନ ,ଗୁଲଜାର 

Related posts

ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ

ENO Beuro

ହେବାକୁ ଯାଉଛି ବିଶ୍ଵର ସବୁଠୁ ମହଙ୍ଗା ଛାଡପତ୍ର: ଅଲଗା ହେବେ ବେଜୋସ ଦମ୍ପତି

Ratnamani Moharana

ଜମ୍ମୁ କାଶ୍ମୀର: ପୁଣି ସଫଳତା, ୬ ଆତଙ୍କବାଦୀ ନିହତ

ENO Beuro

Leave a Comment