News

ଆମେରିକାର ହାଇସ୍କୁଲରେ ଗୁଳିକାଣ୍ଡ : ପୂର୍ବତନ ଛାତ୍ରଙ୍କ ଗୁଳିରେ ୧୭ଜଣଙ୍କ ମୃତ୍ୟୁ

ଆମେରିକାର ଫ୍ଲୋରିଡା ହାଇସ୍କୁଲରେ ଗୁଳିକାଣ୍ଡ

ଆମେରିକାର ଫ୍ଲୋରିଡା ହାଇସ୍କୁଲରେ ଗୁଳିକାଣ୍ଡ ଘଟି ୧୭ ଜଣ ପ୍ରାଣ ହରାଇଛନ୍ତି । ଆକ୍ରମଣକାରୀ ଜଣେ ୧୯ ବର୍ଷର ଛାତ୍ର ବୋଲି ଜଣାପଡିଛି ।ଗତକାଲି ରାତି ଏହି ଗୁଳିକାଣ୍ଡ ହୋଇଛି। ଆକ୍ରମଣକାରୀକୁ ଆମେରିକା ପୋଲିସ ଗିରଫ କରିଛି । ଲାଇଭ ଫୁଟେଜରେ ସଂପୃକ୍ତ ଛାତ୍ରକୁ ସ୍କୁଲ ବାହାରକୁ ଯିବା ଦେଖାଯାଇଥିଲା । ଆମେରିକା ମିଆମିରର ପ୍ରାୟ ୭୨ କିଲୋମିଟର ଦୂର ପାର୍କଲ୍ୟାଣ୍ଡରେ ଥିବା ସ୍କୁଲରେ ଏଭଲି ଭୟାବହ ଗୁଳିକାଣ୍ଡ ହୋଇଛି।

ଆକ୍ରମଣକାରୀ ଯୁବକ ଜଣଙ୍କ ହେଉଛନ୍ତି ନିକୋଲାସ୍‌ କ୍ରୁଜ୍‌। କୌଣସି ଏକ ଶୃଙ୍ଖଳାଭଙ୍ଗ ଜନିତ କାରଣରୁ ତାଙ୍କୁ ସ୍କୁଲ୍‌ରୁ ବାହାର କରି ଦିଆଯାଇଥିଲା ବୋଲି ବ୍ରୋଓ୍ଵାର୍ଡ କାଉଣ୍ଟି ଶେରିଫ୍‌ ସ୍କଟ୍‌ ଇସ୍ରାଲ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି। ଘଟଣା ଦୁଃଖଦାୟକ, କହିବାକୁ ଭାଷା ନାହିଁ।ବ୍ରୋଡ୍‌ଓ୍ଵାର୍ଡ କାଉଣ୍ଟି ସ୍କୁଲ୍‌ସ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ରବର୍ଟ ରନ୍‌ସି ସମ୍ବାଦିକମାନଙ୍କୁ କହିଛନ୍ତି ଯେ ଏଇଟା ବଡ଼ ଭୟଙ୍କର ପରିସ୍ଥିତି।ବିନା କୌଣସି ପ୍ରତିବାଦରେ ବନ୍ଧୁକଧାରୀଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଏହି ଗୁଳିକାଣ୍ଡରେ ୧୨ ଜଣ ସ୍କୁଲ୍‌ ଗୃହ ମଧ୍ୟରେ ନିହତ ହୋଇଥିବା ବେଳେ ଦୁଇ ଜଣ ଗୃହ ବାହାରେ ମରିଛନ୍ତି । ଆଉ ଜଣେ ରାସ୍ତାରେ ଏବଂ ଆହୁରି ଦୁଇ ଜଣ ଡାକ୍ତରଖାନାରେ ମରିଛନ୍ତି । ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଉଭୟ ଛାତ୍ର ଏବଂ ବୟସ୍କ ବ୍ୟକ୍ତି।

ପଢନ୍ତୁ;

ଓଁ ନମଃ ଶିବାୟ’ ଉଚ୍ଚାରଣରେ କମ୍ପୁଥିଲା ଏକାମ୍ର କ୍ଷେତ୍ର ! ମଧ୍ୟରାତ୍ରିରେ ଉଠିଲା ମହାଦୀପ

Related posts

ଦେଶର ନୂତନ ଉପରାଷ୍ଟ୍ରପତି ଭାବରେ ଭେଙ୍କୟା ନାଇଡୁ ଆଜି ଶପଥ ଗ୍ରହଣ କରିବେ

ENO Beuro

ଭଦ୍ରକରେ ପୁଣି ସାପ ମାନଙ୍କ ଆତଙ୍କ

ENO Beuro

ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚୀନର ନୂଆ ଚାଲ୍

ENO Beuro

1 comment

Leave a Comment